ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ୱେଲେସ୍ରେ ରହୁଛନ୍ତି ଚନ୍ଦ୍ରା ମିଶ୍ର। ନିଜ ଚତୁଃପାର୍ଶ୍ବର ଦୃଶ୍ୟ ସମ୍ପର୍କରେ ସେ 'ସମ୍ବାଦ'କୁ କହିଛନ୍ତି ଯେ, ' ଯେତେବେଳେ ଛୋଟଛୋଟ ପିଲାମାନେ ସ୍କୁଲ୍ରେ ପଢ଼ିବା ପରିବର୍ତ୍ତେ ଘରର ଚାରିକାନ୍ଥ ଭିତରେ ରହୁଛନ୍ତି, ତାହା ଦେଖି ଭାରି ଦୁଃଖ ଲାଗୁଛି। କର୍ମଜୀବୀ ମା'ମାନେ ମଧ୍ୟ ଅଧିକ ହନ୍ତସନ୍ତ ହେଉଛନ୍ତି। ମୁଁ ଏହି ବର୍ଷ ବୃତ୍ତିଗତ ଜୀବନରୁ ଅବସର ନେଇଥିବାରୁ କୋଭିଡ୍-୧୯କୁେ କର୍ମଜୀବୀ ମହିଳାର ଦୁଃଖ ଅନୁଭବ କରିପାରୁନାହଁ। ମୁଁ ହସ୍ପିଟାଲର ସହକର୍ମୀଙ୍କ ସହିତ କଥାହୁଏ ଏବଂ ସେମାନେ ବର୍ତ୍ତମାନ ଅଧିକ ଚାପରେ ଥିବା କୁହନ୍ତି। ମୁଁ ମଧ୍ୟ ୧୨ ବର୍ଷ ଧରି ଗୋଟିଏ ହସ୍ପିଟାଲର ଆଇସିୟୁରେ ନର୍ସ ଭାବେ କାର୍ଯ୍ୟ କରୁଥିଲି। ହସ୍ପିଟାଲ କର୍ମଚାରୀଙ୍କ ମାନସିକ ଓ ଶାରୀରିକ ଅବସ୍ଥା ସମ୍ପର୍କରେ ମୁଁ ଭଲ ଭାବେ ଜାଣେ। '
ଏହିଭଳି ପରିସ୍ଥିତି ଭିତରେ ଓଡ଼ିଶା ସମ୍ପର୍କରେ ଟିକିନିଖି ଖବର ରଖିଛନ୍ତି ଚନ୍ଦ୍ରା ମିଶ୍ର। ସେ କହିଛନ୍ତି ଯେ, ' ଭାରତ ସରକାରଙ୍କ ସହିତ ଉପଯୁକ୍ତ ସମନ୍ବୟ ରକ୍ଷା କରି ଓଡ଼ିଶା ସରକାର କରୋନା ଭୂତାଣୁର ବ୍ୟାପକତାକୁ ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆମେ ବି ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗ୍ଚିଙ୍କ ସୂଚନାକୁ ଅପେକ୍ଷା କରୁଛୁ। ରାଜ୍ୟରେ ଲକ୍ଡାଉନ୍କୁ କଡ଼ାକଡ଼ି ପାଳନ କରାଯାଉଛି ଏବଂ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ସରକାରଙ୍କ ଏହିଭଳି ପଦକ୍ଷେପରେ ଗର୍ବ ଅନୁଭବ କରୁଛି।'
(ଇମେଲ୍ ଯୋଗେ 'ସମ୍ବାଦ'କୁ ନିଜର ଅଭିମତ ପ୍ରଦାନ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଚନ୍ଦ୍ରା ମିଶ୍ର)