ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ : ଆରମ୍ଭରୁ ଏଯର୍ଯ୍ୟନ୍ତ

ଶନିବାର ଭୋର୍‌ ୧ଟା ୪୦ ମିନିଟ୍‌ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲ୍ୟାଣ୍ଡର୍‌ ଧୀରେ ଧୀରେ ଚନ୍ଦ୍ର ଆଡ଼କୁ ଅଗ୍ରସର ହେଲା

୧ଟା ୪୫: ବିକ୍ରମ ଲ୍ୟାଣ୍ଡର୍‌ର ସୂକ୍ଷ୍ମ ଅବତରଣ ପାଇଁ ଏହାର ଗତି କମିଥିଲା। ନିର୍ଦ୍ଧାରିତ ଅବତରଣ ସ୍ଥଳଆଡ଼କୁ ଏହା ସଫଳତାର ସହ ଗତି କରୁଥିଲା।

୧ଟା ୫୧: ବିକ୍ରମ ଲ୍ୟାଣ୍ଡର୍‌ କଠୋର ବ୍ରେକ୍‌ ପର୍ଯ୍ୟାୟକୁ ସଫଳତାର ସହ ସଂପନ୍ନ କଲା।

୧ଟା ୫୨ ମିନିଟ୍‌: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ବିଚ୍ଛିନ୍ନ ହେଲା। ସେତେବେଳେକୁ ଲ୍ୟାଣ୍ଡର୍‌ ଚନ୍ଦ୍ର ପୃଷ୍ଠରୁ ମାତ୍ର ୨.୧ କିମି ଦୂରତାରେ ରହିଥିଲା।

୨ଟା ୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରୋ ମୁଖ୍ୟ କେ ଶିବନ୍‌ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ ଏବଂ ଅଚାନକ ଲ୍ୟାଣ୍ଡର୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା କହିଥିଲେ।

୨ଟା ୨୪: ବୈଜ୍ଞାନିକଙ୍କୁ ସାନ୍ତ୍ବନା ଦେଲେ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ କାମ ପାଇଁ ପୂରା ଦେଶ ଗର୍ବିତ ବୋଲି କହିଥିଲେ।

ସମ୍ବନ୍ଧିତ ଖବର