ଚନ୍ଦ୍ରଯାନ-୨ ମିସନ୍‌ ଭାରତୀୟ ପ୍ରତିଭାଙ୍କ ସିଦ୍ଧିର ବଳିଷ୍ଠ ପ୍ରମାଣ

ଇସ୍ରୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ସମଗ୍ର ବିଶ୍ବର ନଜର ଆଜି‌ ଚନ୍ଦ୍ରଯାନ-୨ର ସୂକ୍ଷ୍ମ ଅବତରଣ ଉପରେ ରହିଥିଲା। ଏହି ମୁହୂର୍ତ୍ତକୁ ୧୩୦ କୋଟି ଭାରତୀୟ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା‌ କରିଥିଲେ। ଚନ୍ଦ୍ରଯାନ-୨ ମିସନ୍‌ ଭାରତୀୟ ପ୍ରତିଭା ଏବଂ ସେମାନଙ୍କ ସିଦ୍ଧି ଓ ତପସ୍ୟାର ଏକ ବଳିଷ୍ଠ ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ବିଟ୍‌ କରି କହିଥିଲେ। ଚନ୍ଦ୍ରଯାନ-୨ ର ସଫଳତା କୋଟି କୋଟି ଭାରତୀୟଙ୍କ ପାଇଁ ଲାଭଦାୟକ ହେବ। ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରରେ ରହି ୬୦ ଜଣ ଛାତ୍ରଙ୍କ ସହ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଥିଲେ ସାରା ବିଶ୍ବ ଭାରତୀୟ ମହାକାଶ ବୈଜ୍ଞାନିକଙ୍କ ଚମତ୍କାର ଶକ୍ତିକୁ ଦେଖିବ। ମାତ୍ର ଶେଷ ମୁହୂର୍ତ୍ତ‌େର ସବୁ ଆଶା ଆଶାରେ ରହି ଯାଇଥିଲା। ‌ମୋଦୀ ଜୁଲାଇ ୨୨ ତାରିଖରୁ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବା ଦିନରୁ ଚନ୍ଦ୍ରଯାନ-୨ ସଂକ୍ରାନ୍ତ‌ରେ ସମସ୍ତ ଖବର ରଖୁଥିଲେ। ଏପରିକି ସେ ପ୍ରତ୍ୟେକ ଭାରତୀୟଙ୍କୁ ଅବତରଣ ସମୟର ସ୍ବତନ୍ତ୍ର ମୁହୂର୍ତ୍ତକୁ ଦେଖିବାପାଇଁ ଅନୁରୋଧ କରିଥିଲେ ଏବଂ ସୋସିଆଲ ମିଡିଆରେ ଫଟୋ ସେୟାର କରିବାକୁ ମଧ୍ୟ କହିଥିଲେ।

ଇସ୍ରୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ

ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣଠାରୁ ଆଜିର ଅବତରଣ ସମୟ ପର୍ଯ୍ୟନ୍ତ ପ୍ରତ୍ୟେକଟି ଦିନ ଇସ୍ରୋ ପାଇଁ ଆହ୍ବାନପୂର୍ଣ୍ଣ ଥିଲା। a ୧୫ ମିନିଟ୍‌ ଇସ୍ରୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ୍‌ ଥିଲା ବୋଲି କହିଥିଲେ ଇସ୍ରୋ ଅଧ୍ୟକ୍ଷ କେ ଶିବନ। ଚନ୍ଦ୍ରଯାନ-୨ର ପ୍ରଥମ ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜୁଲାଇ ୧୫ରେ ସ୍ଥଗିତ ରହିଥିଲା ଏବଂ ଏହାର ତ୍ରୁଟି ସୁଧାରି ଜୁଲାଇ ୨୨ରେ ଏହାକୁ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା। ଇସ୍ରୋ ମୁଖ୍ୟ କେ. ଶିବନଙ୍କ ଟିମ୍‌ ଏହି ବିଶାଳ ଚ୍ୟାଲେଂଜକୁ ଗ୍ରହଣ କରିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ଯୋଗାଯୋଗ ଛିନ୍ନ ହୋଇଥିଲା। ଚନ୍ଦ୍ରଯାନ-୨ ଟିମ୍‌ ଏହି ମିସନକୁ ସଫଳ କରିବା ପାଇଁ ଅହରହ କାମ କରୁଥିଲେ ହେଁ ଶେଷରେ ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର