ଚନ୍ଦ୍ରଯାନ-୨ ଟାଇମ୍‌ଲାଇନ୍‌

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଆଜି ଚନ୍ଦ୍ର ପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବାରେ ସଫଳତା ହାସଲ କରିପାରି ନାହିଁ। ଇସ୍ରୋ ୩,୮୪,୪୦୦ କିଲୋମିଟର ଯାତ୍ରା ପାଇଁ ଚନ୍ଦ୍ରଯାନ ୨କୁ ନିର୍ମାଣ କରିଥିଲା ଏବଂ ଏଥିପାଇଁ ୯୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରମାର ରହସ୍ୟ ଜାଣିବା ପାଇଁ ଏହାର ଦକ୍ଷିଣ ପାର୍ଶ୍ବରେ ଅବତରଣ ଲକ୍ଷ୍ୟରେ ଅଗ୍ରସର ହୋଇଥିବା ଇସ୍ରୋ ଆଜି ଲକ୍ଷ୍ୟ ହାସଲରେ ବିଫଳ ହୋଇଥିଲେ ମଧ୍ୟ ଲ୍ୟାଣ୍ଡର୍‌ ‌ଡାଟା ଉପରେ ଅନେକ କିଛି ନିର୍ଭର କରୁଛି । ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ‘ଚନ୍ଦ୍ରଯାନ-୨’ ଯାତ୍ରାର ଘଟଣାକ୍ରମ:

୨୨ ଜୁଲାଇ ୨୦୧୯: ଚନ୍ଦ୍ରଯାନ-୨କୁ ଇସ୍ରୋ ନିଜର ସବୁଠାରୁ ଶକ୍ତିଶାଳୀ ରକେଟ ଜିଏସ୍‌ଏଲ୍‌ଭି ମାର୍କ-୩ ଦ୍ବାରା ମହାକାଶକୁ ପ୍ରକ୍ଷେପଣ କରିଥିଲା ଏହି ରକେଟ ଚନ୍ଦ୍ରଯାନ-୨କୁ ସଫଳତାର ସହ ଚନ୍ଦ୍ରର କକ୍ଷପଥକୁ ନେଇଯାଇଥିଲା।
୨୪ ଜୁଲାଇ ୨୦୧୯: ଚନ୍ଦ୍ରଯାନ-୨ ପୃଥିବୀ ପରିକ୍ରମା ସଂପୂର୍ଣ୍ଣ କରିଥିଲା।
ଅଗଷ୍ଟ ୪: ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ପୃଥିବୀର ପ୍ରଥମ ଫଟୋ ପଠାଇଥିଲା।
ଅଗଷ୍ଟ, ୬: ପୃଥିବୀର ପଞ୍ଚମ କକ୍ଷକୁ ସଫଳତାର ସହ ପରିକ୍ରମା କରି ଚନ୍ଦ୍ରମା ଆଡ଼କୁ ଅଗ୍ରସର ହୋଇଥିଲା ଚନ୍ଦ୍ରଯାନ-୨।
ଅଗଷ୍ଟ ୨୦: ଚନ୍ଦ୍ରଯାନ-୨ ପୃଥିବୀର କକ୍ଷରୁ ବାହାରି ଚନ୍ଦ୍ରର କକ୍ଷରେ ପ୍ରବେଶ କରିଥିଲା।
ଅଗଷ୍ଟ ୨୮ରୁ ୩୦: ଚନ୍ଦ୍ରର ତୃତୀୟ ଓ ଚତୁର୍ଥ କକ୍ଷ ପରିକ୍ରମା ସାରିଥିଲା ଚନ୍ଦ୍ରଯାନ-୨।
ସେପ୍‌ଟେମ୍ବର ୧: ଚନ୍ଦ୍ରର ୫ମ ତଥା ଶେଷ କକ୍ଷପଥ ପରିକ୍ରମା କରିଥିଲା ଚନ୍ଦ୍ରଯାନ-୨।
ସେପ୍‌ଟେମ୍ବର ୨: ଚନ୍ଦ୍ରଯାନ-୨ର ଅର୍ବିଟରରୁ ଲ୍ୟାଣ୍ଡର୍‌ ବିକ୍ରମ ଅଲଗା ହୋଇଥିଲା।
ସେପ୍‌ଟେମ୍ବର ୭: ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଲ୍ୟାଣ୍ଡର୍‌ ବିକ୍ରମର ସୂକ୍ଷ୍ମ ଅବତରଣ ପ୍ରକ୍ରିୟା ବିଫଳ

ସମ୍ବନ୍ଧିତ ଖବର