ଆଜିକାଲି ଲୋକମାନେ ନିଜ ସ୍ମାର୍ଟଫୋନ୍ରେ କେତେକ ଜରୁରୀ ଡ଼ାଟା ସାଇତିି ରଖୁଛନ୍ତିି । ଯେଉଁଥିରେ ଥାଏ ଭିଡିଓ, ଫଟୋ, ଆପ୍ କିମ୍ବା ଅନ୍ୟାନ୍ୟ ଜରୁରୀ ଡକ୍ୟୁମେଣ୍ଟ । କିନ୍ତୁ ଏତେ ଜରୁରୀ ଓ ବ୍ୟକ୍ତିଗତ ଡାଟା ଥିବା ଆପଣଙ୍କ ଫୋନଟି ଯଦି ହଜିଯାଏ? ଆପଣ ଯଦି ଏହି ଆଶଙ୍କାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଫୋନ୍ରେ ରହିଥିବା ସେଟିଂରେ ଏମିତି କିଛି ପରିବର୍ତ୍ତନ କରନ୍ତୁ; ଯାହା ଫଳରେ ଆପଣଙ୍କ ଫୋନ୍ରୁ ହ୍ଵାଟ୍ସଆପ୍,ଫେସ୍ବୁକ୍, ମେସେଞ୍ଜର୍ ଏବଂ କଣ୍ଟାକ୍ଟ ଲିଷ୍ଟ୍ ଇତ୍ୟାଦିକୁ ଆଦୌ ଦେଖାଯିବନାହିଁ।
ଆସନ୍ତୁ ଜାଣିବା ଏହି ସେଟିଙ୍ଗ୍ ବିଷୟରେ...
୧-ସର୍ବପ୍ରଥମେ ଆପଣ ଆପଣଙ୍କ ସ୍ମାର୍ଟଫୋନ୍ର ସେଟିଙ୍ଗ୍କୁ ଯାଆନ୍ତୁ। ଯେଉଁଠାରେ କି ଆପଣଙ୍କୁ ଡିଭାଇସ୍ (Device) ଠାରେ ୟୁଜର୍ସ (Users) ର ଅପ୍ସନ୍ ଦେଖାଯିବ, ଏହାକୁ ଆପଣଙ୍କୁ ଟ୍ୟାପ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ସମ୍ମୁଖକୁ ଏକ ୟୁଜର ଓ୍ଵିଣ୍ଡୋ ଦେଖାଯିବ। ଯେଉଁଠି ଆପଣଙ୍କ ନାମ ସହିତ ଗେଷ୍ଟ (Guest) ଲେଖା ରହିଥାଏ। ଏଥିସହିତ ଏଠାରେ ମଧ୍ୟ ଏକ ଆଡ୍ ୟୁଜର (Add user) ଅପ୍ସନ୍ ରହିଥାଏ।ଏବେ ଆପଣ ଏହି Add userର ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପାଖକୁ ଆଡ଼୍ କରିବାର ଏକ ମେସେଜ୍ ଆସିଯିବ, ଏବେ ଆପଣ ଏହାକୁ ok କରିଦିଅନ୍ତୁ। ଏହାପରେ ଆପଣଙ୍କ ପାଖକୁ user settingର ଏକ ଏସ୍ଏମ୍ଏସ୍ ଆସିବ। ଏହାପରେ ଆପଣ SET UP NOW ଉପରେ ଟ୍ୟାପ୍ କରନ୍ତୁ ଏବଂ ପୁଣି ମେସେଜ୍ର ଫଲୋ କରିବା ଜାରି ରଖନ୍ତୁ । ଏବେ Usersଙ୍କ ଲିଷ୍ଟରେ ନୂତନ ୟୁଜର୍ ଆଡ଼୍ ହୋଇଯିବେ। ଏହି ୟୁଜର୍ ଆକ୍ଟିଭ ହେବା ପରେ ଆପଣଙ୍କ ଫୋନ୍ର ସେଟିଙ୍ଗ୍ ସଂପୂର୍ଣ୍ଣ ଭାବେ ନୂଆ ହୋଇଯିବ। ଅର୍ଥାତ୍ ଫୋନ୍ର କୌଣସି ବି ଡ଼ାଟା ନଜର ଆସିବନି । କେବଳ ଆଣ୍ଡ୍ରୋଏଡର ଡିଫଲ୍ଟ ଆପ୍ ହିଁ ଦେଖାଯିବ।