ଭାରତୀୟ ଜନମାନସରେ ଚାଣକ୍ୟ ତାଙ୍କର ନୀତି ଲାଗି ଅତ୍ୟନ୍ତ ଆଦରଣୀୟ।  ପ୍ରାଚୀନ ଭାରତର  ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟ  କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ବି ବେଶ ପରିଚିତ। ପୁଣି କାଳଜୟୀ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା ସେ ।

Advertisment

ସେ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି। ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ହିସାବରେ ପ୍ରତ୍ୟେକ ମଣିଷ ଜନ୍ମ ନେବା ଆଗରୁ ୩ଟି ଜିନିଷ ସ୍ଥିର ହୋଇ ସାରିଥାଏ। ଯାହାକୁ ଆମେ କୋଟି ଚେଷ୍ଟା କରିବା ପରେ ବି ବଦଳାଇ ପାରିନଥାନ୍ତି।

ଜଣେ ବ୍ୟକ୍ତିର ଆୟୁଷ ସବୁବେଳେ ଜନ୍ମ ଆଗରୁ ହିଁ ସ୍ଥିର ହୋଇଥାଏ। ସତର୍କ ରହିବା ଆମର କାମ। ହେଲେ କାଳ ପୂରି ଯାଇଥିବ ଯଦି ଲକ୍ଷେ ଚେଷ୍ଟା ସତ୍ତ୍ବେ ବି ଆମେ କାହାକୁ ବାନ୍ଧି ରଖିପାରିବା ନାହିଁ।

ସେହିପରି ଆର୍ଥିକ ସ୍ଥିତି କିପରି ରହିବ ତାହା ବି ପୂର୍ବରୁ ହିଁ ସ୍ଥିର ହୋଇଥାଏ। ଆମେ ସମସ୍ତେ ନିଜର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥାନ୍ତି। ମାତ୍ର ଏହା ବି ସତ ଯେ ଯାହାର ଆର୍ଥିକ ସ୍ଥିତି ଯେପରି ରହିବା କଥା ତାହା ପୂର୍ବ ନିର୍ଦ୍ଧାରିତ।

ତୃତୀୟ କଥାଟି ହେଉଛି କର୍ମର ଫଳ ମିଳିବା ଥୟ। ମନେ ରଖନ୍ତୁ କର୍ମର ଫଳ ଏକ ଏପରି ଜିନିଷ ଯାହା ଗୋଟାଏ ଜନ୍ମରେ ପୂରା ନହୋଇ ପାରିଲେ ପରଜନ୍ମକୁ ରହିଯାଏ। ବ୍ୟକ୍ତିକୁ ନିଜ କର୍ମର ଫଳ ଅବଶ୍ୟ ଭୋଗିବାକୁ ପଡ଼େ।