ଚାଣକ୍ୟ ନୀତି: ପ୍ରକୃତ ବାପ, ପୁଅ, ପତ୍ନୀ ଓ ବନ୍ଧୁର ପରିଚୟ କ’ଣ?

ପ୍ରାଚୀନ ଭାରତର ଇତିହାସ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିନା ଅଧୁରା। ଚାଣକ୍ୟଙ୍କୁ ଲୋକେ କୌଟିଲ୍ୟ ନାମରେ ମଧ୍ୟ ଜାଣନ୍ତି। ସେ ଜଣେ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ, ରାଜ ପରାମର୍ଶଦାତା ତଥା ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଖୁବ୍‌ ପରିଚିତ। ଚାଣକ୍ୟ ଅନେକଗୁଡ଼ିଏ ବାଣୀ କହିଯାଇଛନ୍ତି ଯାହାକି ଦୈନନ୍ଦିନ ଜୀବନ ପାଇଁ ଅନେକ ଜରୁରୀ। ଆଜି ଆମେ ଆଲୋଚନା କରିବା ଚାଣକ୍ୟଙ୍କ ମତରେ ଜଣେ ପ୍ରକୃତ ବାପ, ପୁଅ, ପତ୍ନୀ ଓ ବନ୍ଧୁର ପରିଚୟ କ’ଣ।

ମହାପଣ୍ଡିତ ଚାଣକ୍ୟଙ୍କ ମତରେ ପ୍ରକୃତ ପୁଅ କହିଲେ ଯିଏ ନିଜ ପାତାଙ୍କ ଆଜ୍ଞାଧୀନ। ପୁତ୍ର ଯେତେ ବି ଜ୍ଞାନୀ ହୁଅନ୍ତୁ ପଛେ ବାପାଙ୍କର ଆଜ୍ଞାଧୀନ ହୋଇନଥିଲେ ତାଙ୍କୁ ପ୍ରକୃତ ପୁତ୍ର କୁହାଯାଏ ନାହିଁ।

ସେହିପରି ଚାଣକ୍ୟ ପକୃତ ପିତାର ପରିଚୟ ଭାବେ କର୍ତ୍ତବ୍ୟକୁ ମହତ୍ତ୍ୱ ଦେଇଛନ୍ତି। ମିଠା କଥା କହି ମଧ୍ୟ ପୁତ୍ର ପ୍ରତି କର୍ତ୍ତବ୍ୟ ପାଳନ ନକରୁଥିବା ପିତା ପ୍ରକୃତ ପିତା ପଦବାଚ୍ୟ ହୋଇନଥାନ୍ତି। ପିତାର କାମ ହୋଇଥାଏ ସନ୍ତାନ ପ୍ରତି କର୍ତ୍ତବ୍ୟ ପାଳନ। କଥାରେ ମିଠାପଣ ନରହୁ ପଛେ କର୍ତ୍ତବ୍ୟରେ ହେଳା ନ ହେଉ।

ପ୍ରକୃତ ବନ୍ଧୁ ସିଏ ଯାହାକୁ ଆପଣ ଆଖି ବୁଜି ଭରସା କରିପାରିବେ। ଯଦି କୌଣସି ବି ପରିସ୍ଥିତିରେ ସାମାନ୍ୟ ଭରସାର ଅଭାବ ରହୁଛି ତେବେ ସେଠାରେ ବନ୍ଧୁତ୍ୱ ନାହିଁ ବୋଲି ଚାଣକ୍ୟ କହିଛନ୍ତି।

ସେହିପରି ପ୍ରକୃତ ପତ୍ନୀ କହିଲେ ମିଷ୍ଠାଭାଷୀ ବୋଲି ଚାଣକ୍ୟ ଜଣାଇଛନ୍ତି। ପତ୍ନୀ ଯେତେ ବି ଭଲ ହୁଅନ୍ତୁ ପଛେ କଥାରେ ମିଠାପଣ ନଥିଲେ ସେ ସ୍ୱାମୀଙ୍କ ପ୍ରିୟ ହୋଇପାରନ୍ତି ନାହିଁ।

ସମ୍ବନ୍ଧିତ ଖବର