କେଉଁ ଦାନ ସବୁଠାରୁ ବଡ଼ ? ସଂସାରରେ ସବୁଠାରୁ ବଡ଼ କିଏ?

ପୂର୍ବରୁ ଅର୍ଥଶାସ୍ତ୍ର ରଚୟିତାର ଲେଖକ ଚାଣକ୍ୟଙ୍କ ବିଷୟରେ ଆମେ ବହୁ କଥା ଆଲୋଚନା କରିଛେ। ଦୈନନ୍ଦିନ ଜୀବରେ ଚଳିବା ସକାଶେ ସେ ବହୁ ଉପଦେଶ ଦେଇ ଯାଇଛନ୍ତି। ତାଙ୍କ କହିବାନୁସାରେ ଦୁନିଆରେ ୪ଟା ଜିନିଷ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ତା’ଠାରୁ ବଳି ଆଉ କିଛି ନାହିଁ। ତେବେ, ଚାଲନ୍ତୁ ଜାଣିବା ସେ ୪ଟି କଥା କ’ଣ।

ଦାନକୁ ସର୍ବଶ୍ରେଷ୍ଠ ପୁଣ୍ୟ ଭାବେ ବିବେଚନା କରାଯାଏ। ମାତ୍ର ଚାଣକ୍ୟଙ୍କ କହିବା କଥା ହେଲା ସବୁ ଦାନଠାରୁ ମହତ ଦାନ ହେଉଛି ଖାଦ୍ୟ। ଭୋକିଲାକୁ ଖାଦ୍ୟ ଓ ପାନୀୟ ଦବାଠାରୁ ବଡ଼ ଜିନିଷ ସଂସାରରେ ନାହିଁ ବୋଲି ଚାଣକ୍ୟ କହିଛନ୍ତି।

ଦ୍ବାଦଶ ତିଥିରେ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବାକୁ ବି ଚାଣକ୍ୟ ଗୁରୁତ୍ବ ଦେଇଛନ୍ତି। ଏହି ଦିନରେ ଉପବାସ କରି ବିଷ୍ଣୁଙ୍କ ଆରାଧନା କଲେ ସୁଫଳ ମିଳିଥାଏ।

ମନ୍ତ୍ର ଭିତରୁ ଚାଣକ୍ୟ ଗାୟତ୍ରୀ ମନ୍ତ୍ରକୁ ସବୁଠାରୁ ‌ବେଶି ଗୁରୁତ୍ବ ଦେଇଛନ୍ତି। ଦୈନିକ ଏହି ମନ୍ତ୍ର ଜପ କଲେ ପରିବାରରେ ଶାନ୍ତି, ସମୃଦ୍ଧି ବଜାୟ ରହେ।

ଚାଣକ୍ୟ ମାଆକୁ ସଂସାରର ସବୁଠାରୁ ବଡ଼ ଆଖ୍ୟା ଦେଇଛନ୍ତି। ବ୍ରହ୍ମାଣ୍ଡରେ ମାଆଠାରୁ ବଡ଼ ଆଉ କେହି ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର