ଛାପ୍ରା: ବିହାରର ଛାପ୍ରା ଜିଲ୍ଲାର ନୈନି ଗ୍ରାମରେ ନିକଟରେ ଏକ ସୁନ୍ଦର ଏବଂ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିରର ବିଶେଷତା ହେଉଛି ଏହାକୁ ମନ୍ଦିରର କୌଣସି ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ଦ୍ୱାରା ନିର୍ମାଣ କରାଯାଇନାହିଁ। ବରଂ ଯୁବକ ନିଜସ୍ୱ ଭାବରେ ତାଙ୍କ ପିତାମାତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଏହି ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ମୋଟ ୯ ରୁ ୧୦ କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି।

Advertisment

ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଏହାର ନିର୍ମାଣରେ ସିମେଣ୍ଟ କିମ୍ବା ରଡ୍ କି ବାଲି ବ୍ୟବହାର କରାଯାଇ ନାହିଁ। ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ନିର୍ମିତ ହୋଇଛି। ମନ୍ଦିର ନିର୍ମାଣ ପାଇଁ ପଥରସବୁକୁ ଆଗ୍ରା, ରାଜସ୍ଥାନ, କେରଳ ଭଳି ରାଜ୍ୟରୁ ଅଣାଯାଇଛି। 

ମନ୍ଦିରରେ ଭଗବାନ ଦ୍ୱାରକାଧୀଶ (କୃଷ୍ଣ), ମା ଦୁର୍ଗା, ଭଗବାନ ଗଣେଶ, ଭଗବାନ ଶିବ ଏବଂ ପ୍ରଭୁ ହନୁମାନଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରି ସ୍ଥାପନ କରାଯାଇଛି। ବିହାର ବ୍ୟତୀତ ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ଭଳି ଅନ୍ୟ ରାଜ୍ୟରୁ ମଧ୍ୟ ଭକ୍ତମାନେ ଏହି ମନ୍ଦିରକୁ  ଆସିବା ଆରମ୍ଭ କରିଛନ୍ତି।

ଏହି ମନ୍ଦିର ପଛର କାହାଣୀ ଖୁବ ଭାବପ୍ରବଣ ରହିଛି। ନୈନି ଗାଁର ବାସିନ୍ଦା ରାଜୀବ ସିଂହ ତାଙ୍କ ପିତାମାତାଙ୍କ ସ୍ମୃତିରେ ଏହି ମନ୍ଦିର ନିର୍ମାଣ କରିଛନ୍ତି। 

ମନ୍ଦିରର ପୂଜକ ମନୀଷ କୁମାର ମିଶ୍ରଙ୍କ କହିବା ଅନୁଯାୟୀ, ରାଜୀବ ସିଂହଙ୍କ ପିତାମାତା ଏହି ମନ୍ଦିର ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ଏହାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ଭିତ୍ତିପ୍ରସ୍ତର ସ୍ଥାପନ କରିବାର କିଛିଦିନ ମଧ୍ୟରେ  ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହା ପରେ, ପୁଅ ରାଜୀବ ସିଂହ ପ୍ରତିଜ୍ଞା କଲେ ଯେ ସେ ଯେକୌଣସି ମୂଲ୍ୟରେ ତାଙ୍କ ପିତାମାତାଙ୍କ ଅପୂର୍ଣ୍ଣ ଇଚ୍ଛା ପୂରଣ କରିବେ। ଯାହାକୁ ରାଜୀବ ପୂରଣ କରି ମଧ୍ୟ ଦେଖାଇଛନ୍ତି।