ମାତ୍ର କେଇ ମିନିଟ୍‌ରେ ଏବେ ପୂରା ଚାର୍ଜ ହୋଇପାରୁଛି ମୋବାଇଲ୍ ଫୋନ୍‌। ନିକଟରେ ବଜାରକୁ ଆସିଛି ଏଭଳି ୫ଟି ଫୋନ୍। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ବିଶେଷତ୍ବ।ଵାନ୍‌ ପ୍ଲସ୍‌ କମ୍ପାନିର ‘ନର୍ଡ ସିଇ-୪’ ଫୋନ୍‌ର ମୂଲ୍ୟ ଅନୁସାରେ ଉପାଦେୟତା ଯଥେଷ୍ଟ ଅଧିକ। ସ୍ନାପଡ୍ରାଗନ୍‌ ୭ ଜେନ୍‌ ୩ ଚିପ୍‌ସେଟ୍‌ ଦ୍ବାରା ପରିଚାଳିତ ଏହି ଫୋନ୍‌ର ୫,୫୦୦ ଏମ୍‌ଏଏଚ୍‌ ବ୍ୟାଟେରିର ୧୦୦ ଵାଟ୍‌ ଚାର୍ଜିଂ ସପୋର୍ଟ ରହିଛି। ଫୋନ୍‌ଟି ମାତ୍ର ୨୯ ମିନିଟ୍‌ରେ ୧୦୦% ଚାର୍ଜ ହୋଇପାରିବ ବୋଲି କମ୍ପାନି ଦାବି କରିଛି। ଏହାର ୬.୭ ଇଞ୍ଚ ଆମୋଲେଡ୍‌ ପରଦାର ୧୨୦ ହର୍ଜ ରିଫ୍ରେସ୍‌ ରେଟ୍‌ କ୍ଷମତା ରହିଛି। ପ୍ରାୟ ୨୫ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ଏହି ଫୋନ୍‌ର ୫୦ ଏମ୍‌ପିର ମୁଖ୍ୟ କ୍ୟାମେରା ସାଙ୍ଗକୁ ୮ ଏମ୍‌ପିର ସେଲ୍‌ଫି କ୍ୟାମେରା ଅଛି। ସେହିପରି ରେଡ୍‌ମି କମ୍ପାନିର ‘ନୋଟ୍‌ ୧୩ ପ୍ରୋ ପ୍ଲସ୍‌’ର ୫,୦୦୦ ଏମ୍‌ଏଏଚ୍‌ ବ୍ୟାଟେରିଟି ୧୨୦ ଵାଟ୍‌ ଚାର୍ଜିଂ ଦ୍ବାରା ମାତ୍ର ୧୯ ମିନିଟ୍‌ରେ ଶତ ପ୍ରତିଶତ ଚାର୍ଜ ହୋଇ ପାରୁଛି। ମିଡିଆଟେକ୍‌ ଡିମେନ୍‌ସିଟି ୭୨୦୦ ଅଲ୍‌ଟ୍ରା ପ୍ରସେସର ଦ୍ବାରା ପରିଚାଳିତ ଏହି ଫୋନ୍‌ର ଆଇପି ୬୮ ରେଟିଂ ରହିଛି। ଆଣ୍ଡ୍ରଏଡ୍‌ ୧୩ ଉପରେ ପର୍ଯ୍ୟବସିତ ଏହି ଫୋନ୍‌ର ବଜାର ଦର ୩୧,୯୯୯ ଟଙ୍କା ।

Advertisment

ଆମ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ୍‌ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହା ଉପରେ ଆମର ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଦିନକୁ ଦିନ ତାହା ଅତ୍ୟାଧୁନିକ ପ୍ରଯୁକ୍ତି ସହ ଶକ୍ତିଶାଳୀ ହେବାରେ ଲାଗିଛି। ଏ ପରିପ୍ରେକ୍ଷୀରେ ସ୍ମାର୍ଟଫୋନ୍‌ଗୁଡ଼ିକର ବ୍ୟାଟେରି ଆକାର ବଡ଼ କରିବା ଅପେକ୍ଷା ଫୋନ୍‌ ନିର୍ମାତାମାନେ ସେଗୁଡ଼ିକୁ ଖୁବ୍ ଦ୍ରୁତ ଚାର୍ଜିଂ ସକ୍ଷମ କରିବା ଉପରେ ଧ୍ୟାନ ଦେଉଛନ୍ତି।

ଵାନ୍‌ ପ୍ଲସ୍‌ ନର୍ଡ ସିଇ-୪
ରେଡ୍‌ମି ନୋଟ୍‌ ୧୩ ପ୍ରୋ ପ୍ଲସ୍‌
ଆଇକ୍ୟୁ ନିଓ୯ ପ୍ରୋ
ମୋଟୋରୋଲା ଏଜ୍‌ ୫୦ ପ୍ରୋ
ରିଅଲ୍‌ମି ଜିଟି ନିଓ ୩

ଫୋନ୍‌ ନିର୍ମାତା ଆଇକ୍ୟୁ ଛାଡ଼ିଥିବା ‘ନିଓ୯ ପ୍ରୋ’ ଫୋନ୍‌ର ୫,୧୬୦ ଏମ୍‌ଏଏଚ୍‌ ବ୍ୟାଟେରିଟି ମାତ୍ର ୧୧ ମିନିଟ୍‌ରେ ୫୦ ପ୍ରତିଶତ ଚାର୍ଜିଂ ହୋଇପାରୁଛି। ସ୍ନାପଡ୍ରାଗନ ୮ ଜେନ୍‌ ୨ ଚିପ୍‌ସେଟ୍‌ ଦ୍ବାରା ପରିଚାଳିତ ଏହି ଫୋନ୍‌ର ୫୦ ଏମ୍‌ପିର ମୁଖ୍ୟ କ୍ୟାମେରା ଓ ୮ ଏମ୍‌ପିର ଅଲ୍‌ଟ୍ରାଵାଇଡ୍‌ ସେଲ୍‌ଫି କ୍ୟାମେରା, ସୋସିଆଲ ମିଡିଆ ପାଇଁ ତତ୍କାଳ ଫଟୋ ଉଠାଇବାର ଏକ ପ୍ରକୃଷ୍ଟ ମାଧ୍ୟମ। ଏହାର ମୂଲ୍ୟ ପ୍ରାୟ ୩୭ ହଜାର ଟଙ୍କାରୁ ଆରମ୍ଭ ହେଉଛି। ମୋଟୋରୋଲାର ପ୍ରଥମ ଏଆଇ ଫୋନ୍‌ ‘ଏଜ୍‌ ୫୦ ପ୍ରୋ’ର ଯଦିଓ କମ୍‌ ଶକ୍ତିଶାଳୀ ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି, ତେବେ ୧୨୫ ଵାଟ୍‌ର ଦ୍ରୁତ ଚାର୍ଜିଂ ସପୋର୍ଟ କରୁଥିବା ଏହି ଫୋନ୍‌ ସେ ଦୃଷ୍ଟିରୁ ଉନ୍ନତ। ମାତ୍ର ୧୮ ମିନିଟ୍‌ରେ ଏହି ଫୋନ୍ ସଂପୂର୍ଣ୍ଣ ଚାର୍ଜ ହେବାକୁ ସକ୍ଷମ। ସ୍ନାପ୍‌ଡ୍ରାଗନ୍‌ ୭ ଜେନ୍‌ ୩ ଚିପ୍‌ସେଟ ଦ୍ବାରା ପରିଚାଳିତ ଏହି ଫୋନ୍‌ର ୬.୭ ଇଞ୍ଚର ପି-ଓଲେଡ୍‌ ପରଦାର ୧୨୦ ହର୍ଜ ରିଫ୍ରେସ ରେଟ୍‌ ରହିଛି ଏବଂ ଏହା ଆଇପି ୬୮ ଜଳ ଓ ଧୂଳି ସୁରକ୍ଷା ବହନ କରେ। ତେବେ ପ୍ରାୟ ୩୨ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ଏହାର ମୂଲ୍ୟ ଅପେକ୍ଷାକୃତ ଅଧିକ ମନେ ହୁଏ। ସେହିପରି ୨୩,୯୮୯ ଟଙ୍କାରେ ମିଳୁଥିବା ରିଅଲ୍‌ମି କମ୍ପାନିର ‘ଜିଟି ନିଓ ୩’ ଫୋନ୍‌ଟି ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରି ବିଶିଷ୍ଟ ହୋଇଥିବା ବେଳେ ଏହାର ୬୭ ଵାଟ୍‌ ଓ ୧୫୦ ଵାଟ୍‌ ଚାର୍ଜର୍‌ ସହିତ ଦୁଇଟି ମଡେଲ ଉପଲବ୍‌ଧ। ମାତ୍ର ୩୨ ମିନିଟ୍‌ରେ ଏହା ପୂରା ଚାର୍ଜ ହୋଇପାରୁଛି। ମିଡିଆଟେକ୍‌ ଡିମେନ୍‌ସିଟି ୮୧୦୦ ଚିପ୍‌ସେଟ୍‌ ଦ୍ବାରା ପରିଚାଳିତ ଏହି ଫୋନ୍‌ର ୬.୭ ଇଞ୍ଚର ଆମୋଲେଡ୍‌ ପରଦା ରହିଛି। ଏହାର ରିଫ୍ରେସ ରେଟ୍‌ ୧୨୦ ହର୍ଜ।