ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ଏବେ ଦେଶରେ ହାହାକାର ପଡିଛି । ପାଖାପାଖି ସବୁ ବଡ ସହରମାନଙ୍କରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଉପରେ ବିକ୍ରି ହେଉଛି । ଏହି କ୍ରମରେ ଡିଜେଲର ଦର ବି ପଛରେ ପଡିନାହିଁ । ସାରା ଦେଶରେ ଏବେ ୯୭ ଟଙ୍କା ଉପରେ ରହିଛି ଡିଜେଲ । ହେଲେ ପେଟ୍ରୋଲିୟମ ସଂପଦ ଥିବା କିଛି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଏତେ ଶସ୍ତା ରହିଛି ଯେ ମାତ୍ର ଭାରତୀୟ ମୁଦ୍ରା ୫୦ ଟଙ୍କାରେ ଆପଣଙ୍କ ଗାଡିର ଟାଙ୍କି ଫୁଲ ହୋଇଯିବ ।

Advertisment

ଗୋଟେପଟେ ଭାରତରେ ୫୦ ଟଙ୍କାରେ ଅଧା ଲିଟର ପେଟ୍ରୋଲ ମିଳୁ ନଥିବା ବେଳେ ଆମେ ଆପଣଙ୍କୁ ଏମିତି ଏକ ଦେଶର କଥା କହିବାକୁ ଯାଉଛୁ ଯେଉଁଠି ମାତ୍ର ୫୦ ଟଙ୍କାରେ ଆପଣ ଆପଣଙ୍କ କାରର ଟାଙ୍କି ଫୁଲ କରିପାରିବେ । ଭେନଜୁଏଲାରେ ଦୀର୍ଘଦିନ ହେବ ରାଜନୈତିକ ସଂକଟ ଜାରି ରହିଥିବାରୁ ଏଠାରେ ଅବସ୍ଥା ଏମିତି ହୋଇଛି ଯେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀ ଲୋକମାନେ ବି ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଠାରେ ଆପଣ ଭାରତୀୟ ମୁଦ୍ରାର ମାତ୍ର ୨୧ ପଇସା ଖର୍ଚ୍ଚ କରି ଆପଣ ଆପଣଙ୍କ ବାଇକରେ ୧ ଲିଟର ପେଟ୍ରୋଲ ପକାଇ ପାରିବେ ।

publive-image IndiaToday

ଏନର୍ଜୀ ସେକ୍ଟର ୱେବସାଇଟ ମୁତାବକ, ଭେନଜୁଏଲା ମୁଦ୍ରାରେ ପେଟ୍ରୋଲ ଲିଟର ପ୍ରତି ଦାମ ରହିଛି ୫୦୦୦ ବୋଲିଭର, ଅର୍ଥାତ ଡଲାରରେ ତୁଳନା କଲେ ଏହା ୦.୨ ଡଲାର ଓ ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କଲେ ମାତ୍ର ୨୧ ପଇସା ହେବ । କେବଳ ଭେନଜୁଏଲା ନୁହେଁ ପୃଥିବୀରେ ଆହୁରି ଅନେକ ଦେଶ ରହିଛି ଯେଉଁଠି ଆପଣଙ୍କୁ ଶସ୍ତା ଦାମରେ ପେଟ୍ରୋଲ ମିଳିଯିବ ।