କ୍ୟାନସର ଭଳି ଏକ ମାରାତ୍ମକ ରୋଗକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ବି ସ୍ଥାୟୀ ଔଷଧ ବାହାରି ନାହିଁ। ଏପର୍ପ୍ୟନ୍ତ ବଜାରରେ ଯେଉଁ ଔଷଧ ମହଜୁଦ୍ ଅଛି, ସେଇଟା କେବଳ କ୍ୟାନସରକୁ ବଢ଼ିବାରେ ରୋକେ। ସାରା ବିଶ୍ୱରେ କ୍ୟାନସରର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୌଣସି ବି ଔଷଧ ସମ୍ପୂର୍ଣ୍ଣ ରୂପେ କ୍ୟାନସରକୁ ମୂଳପୋଛ କରିବାରେ ସଫଳ ହୋଇପାରିନାହିଁ।
ଏକ ନୂଆ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏଣିକି କର୍କଟ ରୋଗୀମାନଙ୍କ ଚିକିତ୍ସାରେ ବେକିଂ ସୋଡ଼ା ସହାୟକ ହେବ। ଲୁଡୁଇଂ ଇନଷ୍ଟିଟ୍ୟୁଟ ଫର୍ କ୍ୟାନସର୍ ରିସର୍ଚର ଗବେଷକ ଜାଣିବାକୁ ପାଇଛନ୍ତି ଯେ ଟ୍ୟୁମର୍ ଥିବା ସେଲସକୁ ସକ୍ରିୟ କରି କେମୋଥେରାପି ଡ୍ରଗ୍ସ ଦେବା ଦ୍ୱାରା କର୍କଟ ଚିକିତ୍ସା କରିହେବ। କାହିଁକି ନା, ଚାପରେ ଥିଲେ ସେଲଗୁଡ଼ିକ ଶରୀରରେ ପ୍ରୋଟିନ୍ ଓ ଜୈବିକ ଅଣୁ ସୃଷ୍ଟି ହେବାକୁ ଦିଅନ୍ତି ନାହିଁ। ଫଳରେ ତାହା କର୍କଟକୁ ବଢ଼ାଇଥାଏ।
ଅନ୍ୟ ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ ଉଦର ଏବଂ ସ୍ତନ କର୍କଟର ଚିକିତ୍ସା ବେକିଂ ସୋଡା ଦ୍ୱାରା କରିହେବ। ବେକିଂ ସୋଡ଼ା ପାଣି ପିଇବା ଦ୍ୱାରା ଟୁମର୍ ହୋଇଥିବା ସେଲଗୁଡ଼ିକ ସକ୍ରିୟ ହୋଇଥାନ୍ତି। ଜାଣିବାକୁ ମିଳିଛି ଯେ ସେଲଗୁଡ଼ିକୁ ସ୍ୱାଭାବିକ ହେବା ପାଇଁ ବେକିଂ ସୋଡ଼ା ସାହାଯ୍ୟ କରିବ। ଫଳରେ ଏହା କର୍କଟ ରୋଗର ଚିକିତ୍ସା କେମୋଥେରାପି ପରି କାର୍ଯ୍ୟ କରିବା ସହ ଟ୍ୟୁମରକୁ ଟାର୍ଗେଟ କରିବ। ଗବେଷକଙ୍କ କହିବା ଅନୁଯାୟୀ, ବିନା କୌଣସି ପରିଶ୍ରମ ଓ ପଇସା ଖର୍ଚ୍ଚରେ କର୍କଟକୁ ଆୟତ୍ତରେ ରଖିବା ପାଇଁ ବେକିଂ ସୋଡ଼ା ପରି ଏକ ଶସ୍ତା ପଦାର୍ଥକୁ ଚିହ୍ନଟ କରାଯାଇ ପାରିଛି ତାହା ଅନେକ ବଡ଼ କଥା।