ଭାରତର ସବୁଠାରୁ ଶସ୍ତା ବଜାର : ଯେଉଁଠି ମାତ୍ର ୧୦୦ ଟଙ୍କାରେ ଲେଦର୍ ଜ୍ୟାକେଟ୍ ସାଙ୍ଗକୁ ୮୦ ଟଙ୍କାରେ ମିଳେ ବ୍ରାଣ୍ଡେଡ୍ ଜିନ୍ସ !

ଭିନ୍ନ ଭିନ୍ନ ଷ୍ଟାଇଲର ପୋଷାକ ପିନ୍ଧିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଶୀତ ଦିନ ହେଉ ବା ଗ୍ରୀଷ୍ମ କିମ୍ବା ବର୍ଷା କିନ୍ତୁ ବିଭିନ୍ନ ରଙ୍ଗ ଏବଂ ଡିଜାଇନ୍ ଡ୍ରେସ୍ ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଏବେକାର ମହଙ୍ଗା ଯୁଗରେ ଭଲ ଡ୍ରେସ୍‌ଟିଏ କିଣିବା ମାନେ ହଜାରରୁ ଅଧିକ ଟଙ୍କା ଗଣିବାକୁ ପଡେ । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ କିଛି ଲୋକ କିଣିବାରୁ ପଛଘୁଞ୍ଚା ଦିଅନ୍ତି । କିନ୍ତୁ ଆମ ଦେଶରେ ଏଭଳି ବଜାର ଅଛି ଯେଉଁଠାରେ ଲେଦର୍ ଜ୍ୟାକେଟ୍ ୧୦୦ ଟଙ୍କାରେ ତ ବ୍ରାଣ୍ଡେଡ୍ ଜିନ୍ସ ମାତ୍ର ୮୦ ଟଙ୍କାରେ ମିଳେ । ଏଠାକୁ ଥରେ ଗଲେ ଆପଣ କେବେ ଅସନ୍ତୁଷ୍ଟ ହୋଇ ଫେରିବେ ନାହିଁ।

ଏଭଳି ମାର୍କେଟ ଦିଲ୍ଲୀର ଗାନ୍ଧିନଗରରେ ରହିଛି। ଏହି ମାର୍କେଟରେ ରହିଛି ୧୫ ହଜାର ଦୋକାନ। ଏଠାରେ ବ୍ରାଣ୍ଡେଡ୍ ପୋଷାକ ମଧ୍ୟ ଖୁବ୍ କମ୍ ଟଙ୍କାରେ ଉପଲବ୍ଧ ହୋଇଥାଏ । ଥୋକ୍ ମାର୍କେଟ୍ ନାଁରେ ଖ୍ୟାତ। ଏହି ମାର୍କେଟ୍ ରେ ପିଲାଙ୍କ ପାଇଁ ମାତ୍ର ୫୦ ଟଙ୍କାରେ ଆପଣ ଡ୍ରେସ୍ ପାଇପାରିବେ, ଏହାର ଗୁଣବତ୍ତା ମଧ୍ୟ ଖୁବ୍ ଭଲ । ବଡ ମାନଙ୍କ ପାଇଁ ଜ୍ୟାକେଟ୍, ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୦୦ ଟଙ୍କା ଏବଂ ପୁରୁଷଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୨୦ ଟଙ୍କାରେ କିଣିପାରିବେ । ଏଠାରେ ୪ଟି ବଜାର ରହିଛି ସରୋଜିନୀ ମାର୍କେଟ୍ , ଚାନ୍ଦିନୀ ଚୌକ , କରୋଲ ବାଗ ଏବଂ ଶାହଦରାରେ ମଧ୍ୟ ଖୁବ୍ କମ୍ ଟଙ୍କାରେ ଡ୍ରେସ୍ ମିଳିଯାଏ ।

 

ଲୁଧିୟାନାର ଏକ ଶସ୍ତା ବଜାର : ଦିଲ୍ଲୀ ପରେ ଲୁଧିୟାନାରେ ଖୁବ୍ କମ୍ ଟଙ୍କାରେ ପୋଷାକ ବିକ୍ରି ହୁଏ । ଘୁମର ମଣ୍ଡୀ ଏବଂ କରିମପୁରା ବଜାରରେ ଖୁବ୍ ଶସ୍ତା ପୋଷାକ ଉପଲବ୍ଧ ହୁଏ । ପାର୍ଟିରେ ପିନ୍ଧା ଯାଉଥିବା ବସ୍ତ୍ର ୩୦୦ ରୁ ୪୦୦ ଟଙ୍କାରେ ମିଳିଯାଏ । ୧୦୦୦ ସଂଖ୍ୟକ ଦୋକାନ ଥିବା ଏହି ବଜାରରେ ୫୦ ପ୍ରତିଶତ ରିହାତି ମିଳିଥାଏ ।

ସମ୍ବନ୍ଧିତ ଖବର