ପତ୍ନୀଙ୍କ ରାଗ ଶାନ୍ତ କରିବାକୁ ଯାଇ ସ୍ୱାମୀ ଛାତି ଓ ପେଟରେ ଆଙ୍କିଲେ ‘ ମୁଁ ମିଛୁଆ, ପ୍ରତାରକ..’ର ଟାଟୁ

ଲଣ୍ଡନ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଯଦି ଅବିଶ୍ୱାସ ଓ ପ୍ରତାରଣର ଦାନା ବାନ୍ଧେ ତେବେ ଏହି ସମ୍ପର୍କ ଫାଟ ସୃଷ୍ଟି ହୋଇଥାଏ। ଜଣେ ପ୍ରତାରକ ସ୍ୱାମୀ ନିଜ ପତ୍ନୀଙ୍କୁ ବୁଝାଇବାକୁ ଯାଇ ଏମିତି କିଛି କାମ କରିଛନ୍ତି ଯାହା କି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜୋସେ ଟେରେସ୍‌ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଧୋକା ଦେଇଥିଲେ, ଏହାପରେ ପତ୍ନୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ପତ୍ନୀଙ୍କୁ ପୁଣିଥରେ ପାଇବାକୁ ନିଜ ଦୋଷ ସ୍ୱୀକାର କରି ସ୍ୱାମୀ ଜୋସେ ଛାତିରେ ଟାଟୁ ଆଙ୍କିଛନ୍ତି। ଏହି ଟାଟୁକୁ ଟାଟୁ ଆର୍ଟିଷ୍ଟ ସୋସିଆଲ ମିଡିଆର ସେୟାର କରିଛନ୍ତି।

ଜୋସେ  ନିଜ ଛାତି ଓ ପେଟରେ ଟାଟୁ ଆଙ୍କି ଲେଖିଛନ୍ତି, ମୁଁ ଜାସ୍‌ ଟେରେସ୍‌ ୨୦୧୯ ଜାନୁଆରୀ ୨ରେ ଏହି ଟାଟୁ ନିଜ ଇଚ୍ଛାରେ ବନାଇଛି। ମୁଁ ମୋ ପତ୍ନୀଙ୍କୁ ପୁଣି ପାଇବାକୁ ଚାହେଁ। ମୋର ଦୋଷ ମୁଁ ସ୍ୱୀକାର କରୁଛି। ମୁଁ ମିଛୁଆ, ପ୍ରତାରକ, ଠକୁଆ, ଦେହଜୀବୀଙ୍କୁ ପସନ୍ଦ କରେ, ବେଇମାନ ଓ ମୋତେ କେହି ସମ୍ମାନ କର ନାହିଁ। ଏହି ଟାଟୁ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ କେହିକେହି ସମ୍ପର୍କ ଭାଙ୍ଗି ଦେବାକୁ କହିଛନ୍ତି ତ ଆଉ କେହି ଜୋସେଙ୍କୁ ତାଙ୍କ ପତ୍ନୀ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର