ଜିଭରେ ଚାମଚ ଲଗାଇ ୧ ମିନିଟ୍‌ରେ ଜାଣନ୍ତୁ ଆପଣଙ୍କୁ କେଉଁ ରୋଗ ହୋଇଛି!

ଏହାକୁ ପ୍ରୟୋଗ କରି ପ୍ରମୁଖ ୮ଟି ରୋଗକୁ ଚିହ୍ନନ୍ତୁ, ଦେଖନ୍ତୁ କେମିତି କରିବେ ଏହାର ବ୍ୟବହାର

ସାଧାରଣତଃ ଚାମଚକୁ ଆମେ ଖାଦ୍ୟ ଖାଇବା କିମ୍ବା ରାନ୍ଧିବା କାମରେ ବ୍ୟବହାର କରିଥାଉ, କିନ୍ତୁ ଏହାର ଦ୍ୱାରା ଏକ ସ୍ୱତନ୍ତ୍ର କୌଶଳ ବ୍ୟବହାର କରି ଅନେକ ପ୍ରକାର ରୋଗକୁ ଚିହ୍ନଟ କରାଯାଇ ପାରିବ। ୟୁନିଭର୍ସିଟି ଅଫ୍‌ ଟୋରୋଣ୍ଟୋର ପ୍ରଫେସର ଓ ବ୍ରଡ୍‌କାଷ୍ଟ୍‍ ମେଡିକାଲ୍‌ ଜର୍ନାଲିଷ୍ଟ୍‍ ଡାକ୍ତରଙ୍କ ଅନୁସନ୍ଧାନରୁ ଏହି କୌଶଳ ମିଳିଛି। ଏଠାରେ ଡାକ୍ତର ଚାମଚକୁ ଜିଭରେ ଲଗାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ଶୈଳୀ ବତାଇଛନ୍ତି।

 

ସର୍ବପ୍ରଥମେ ଚାମଚର ଉଠିଥିବା ଭାଗକୁ ଜିଭ ଉପରେ ଧୀରେ ଧୀରେ ଘଷନ୍ତୁ (ଲାଳ ଲାଗିବା ଯାଏଁ)।

ଏହା ପରେ ଚାମଚକୁ ଏକ ସଫା ପ୍ଲାଷ୍ଟିକ୍‌ ପଲିଥିନ୍‌ରେ ରଖି ଦିଅନ୍ତୁ।

ବର୍ତ୍ତମାନ ଏହାକୁ ଲାଇଟ୍‌ ପାଖରେ ୧ ମିନିଟ୍‌ ପାଇଁ ରଖନ୍ତୁ।

ଏକ ମିନିଟ୍‌ ପରେ ବାହାର କରି ଦେଖନ୍ତୁ, ଯଦି ଏଠାରୁ ମିଠା ଗନ୍ଧ ଆସୁଛି, ତା’ହେଲେ ଆପଣଙ୍କୁ ମଧୁମେହ ହୋଇଛି।

ଯଦି ଚାମଚରେ ହଳଦିଆ ରଙ୍ଗର ଆସ୍ତରଣ ପଡ଼ିଛି, ତା’ହେଲେ ଏହା ଥାଇରଏଡ୍‌ର ଲକ୍ଷଣ ହୋଇପାରେ।

ଯଦି ଚାମଚରେ ବାଇଗଣି ରଙ୍ଗର ଆସ୍ତରଣ ପଡ଼ିଛି, ତା’ହେଲେ ଏହା ରକ୍ତ ସଞ୍ଚାଳନ ବିଭ୍ରାଟ କିମ୍ବା ଶରୀରରେକୋଲେଷ୍ଟ୍ରଲ ଜମା ହେବାର ଲକ୍ଷଣ ହୋଇପାରେ।

ଯଦି ଚାମଚରେ ଧଳା ରଙ୍ଗର ଆସ୍ତରଣ ପଡ଼ିଛି, ତା’ହେଲେ ଏହା ଶରୀରରେ ଇନ୍‌ଫେକ୍ସନ୍‌ ହୋଇଥିବାର ଲକ୍ଷଣ ହୋଇପାରେ।

ଯଦି ଚାମଚରେ ନାରଙ୍ଗି ରଙ୍ଗର ଆସ୍ତରଣ ପଡ଼ିଛି, ତା’ହେଲେ ଏହା କିଡ୍‌ନି ରୋଗର ଲକ୍ଷଣ ହୋଇପାରେ।

 

Courtesy: DainikBhaskar.com
ସମ୍ବନ୍ଧିତ ଖବର