ଆପ୍ ବିଷୟରେ କିଛି ତଥ୍ୟ
ଏହି ଆପ୍ ସମସ୍ତ ସ୍ମାଟ୍ର୍ଫୋନ୍ରେ କାମ କରିଥାଏ
ଯଦି କେବେ ଆପଣ କିମ୍ବା ଆପଣଙ୍କ ସାଙ୍ଗ ବ୍ୟବହାର ହୋଇଥିବା ଫୋନ୍ କିଣନ୍ତି, ତା’ହେଲେ ଏହି ଆପ୍ ସାହାଯ୍ୟରେ ପୁରୁଣା ଫୋନ୍ର ଅବସ୍ଥା ଜାଣିପାରିବେ।
ଆଇଟି ଏକ୍ସ୍ପର୍ଟ୍ଙ୍କ କହିବା ଅନୁସାରେ ଏହି ଆପ୍ ୯୦% ଠିକ୍ ତଥ୍ୟ ଦେଇଥାଏ। ସେଥିପାଇଁ ଏହାକୁ ଭରସା କରିବା ସହ ବ୍ୟବହାର କରିହେବ।
ଷ୍ଟେପ୍-୧: ପ୍ଲେ ଷ୍ଟୋର୍ରୁ ଆପ୍ ଡାଉନ୍ଲୋଡ୍ କଲାପରେ ‘ନେକ୍ସଟ’ କରି କରି ଆଗକୁ ବଢ଼ନ୍ତୁ।
ଷ୍ଟେପ୍-୨: ଏବେ କ୍ୱିକ୍ ଟେଷ୍ଟରେ କ୍ଲିକ୍ କରନ୍ତୁ। ନୂଆ ପେଜ୍ ଖୋଲିବ, ଏଠାରେ ପୁଣି କ୍ୱିକ୍ ଟେଷ୍ଟରେ କ୍ଲିକ୍ କରନ୍ତୁ। ଆପଣ ଚାହିଁଲେ ଫୁଲ୍ ଟେଷ୍ଟ୍ ମଧ୍ୟ କରିପାରିବେ। କ୍ୱିକ୍ ଟେଷ୍ଟରେ ୫୫ ସେକେଣ୍ଡ୍ ସମୟ ଲାଗିଥାଏ, ଯାହାକି ଫୁଲ୍ ଟେଷ୍ଟରେ ୫ ମିନିଟ୍। ଜାଣନ୍ତୁ କ୍ୱିକ୍ ଟେଷ୍ଟ କେମିତି କରିବେ….
ଷ୍ଟେପ୍-୩: କ୍ୱିକ୍ ଟେଷ୍ଟ୍ରେ କ୍ଲିକ୍ କଲା ପରେ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ୩ଟି ପର୍ଯ୍ୟାୟରେ ସମାପନ ହୋଇଥାଏ। ୧) ଫୋନ୍ ସ୍କ୍ରିନ୍ ଓ କ୍ୟାମେରା ଟେଷ୍ଟ୍। ଷ୍ଟାର୍ଟ୍ରେ କ୍ଲିକ୍ କଲା ପରେ ସ୍କ୍ରିନ୍ରେ ୩୦ ସେକେଣ୍ଡ୍ ପାଇଁ ସ୍କ୍ରାଚ୍ କରିବାକୁ ପଡ଼ିବ।
ଷ୍ଟେପ୍-୪: ୨) ଏବେ ଫୋନ୍ ରିସିଭରକୁ ଯାଞ୍ଚ କରିବ ଆପ୍ । ବର୍ତ୍ତମାନ Startରେ କ୍ଲିକ୍ କଲାପରେ ଫୋନ୍କୁ କାନରେ ଲଗାଇ ଶୁଣନ୍ତୁ, ଏବେ ୩ଟି ନମ୍ବର କହିବ ତା’କୁୁ ଡାଏଲ୍ କରନ୍ତୁ।
ଷ୍ଟେପ୍-୫: ୩) ଏବେ ସାଉଣ୍ଡ୍କୁ ଯାଞ୍ଚ କରାଯିବ। Startରେ କ୍ଲିକ୍ କରନ୍ତୁ, ଆପଣଙ୍କୁ ଫୋନ୍ର ଶବ୍ଦ ଶୁଣାଯିବ।
ଷ୍ଟେପ୍-୬: ବର୍ତ୍ତମାନ ଫୋନ୍ର କ୍ୱିକ୍ ଟେଷ୍ଟ୍ ସରିଯାଇଛି। ଯେଉଁ ଅପ୍ସନ୍ଗୁଡ଼ିକରେ ସବୁଜ ଟିକ୍ ମାର୍କ୍ ଦିଆଯାଇଛି ସେଗୁଡ଼ିକ ଠିକ୍ ଅଛି, ଯେଉଁଠି ଲାଲ୍ ରଙ୍ଗର ମାର୍କ ରହିଛି ସେଗୁଡ଼ିକ ଠିକ୍ ନାହିଁ ଓ ଯେଉଁଠି ସମ୍ପୂର୍ଣ୍ଣ ସର୍କଲ୍ ନାହିଁ ସେଗୁଡ଼ିକ ପୂରାପୁରି ଭାବରେ ଠିକ୍ ନାହିଁ।