କଦଳୀରେ ବିଷ ! କଦଳୀ ପଚାଇବା ଲାଗି ବ୍ୟବହାର କରାଯାଉଥିବା ରାସାୟନିକ ହୋଇପାରେ ଘାତକ

ଗତକାଲି ଖବର ପ୍ରକାଶ ପାଇଥିଲା କି ଲାଉ ଜୁସ୍ ପିଇ ଜଣେ ମହିଳାଙ୍କ ମସ୍ତିଷ୍କଘାତ ହୋଇ ଜୀବନ ଯାଇଥିଲା। ବେଳେ ବେଳେ ଫଳ ଓ ପନିପରିବାରେ ଥିବା ବିଷ ଆମ ଲାଗି ଘାତକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ କଦଳୀ ଖାଇବାକୁ ବେଶି ପସନ୍ଦ କରନ୍ତି ତେବେ ଟିକିଏ ସତର୍କ ରୁହନ୍ତୁ । ନଚେତ୍ କୌଣସି ବି ବଡ଼ ରୋଗର ଶିକାର ହୋଇପାରନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କଞ୍ଚା ଆମ୍ବ ଏବଂ କଦଳୀକୁ ପଚାଇବା ପାଇଁ ଫଳ ଦୋକାନୀମାନେ ଚୀନରୁ ଆସିଥିବା କାଲସିୟମ୍ କାର୍ବାଇଡ୍ ନାମକ ଏକ ରସୟାନିକ ପଦାର୍ଥର ବ୍ୟବହାର କରୁଛନ୍ତି । ଯେବେ କି କଦଳୀ ପାଇଁ କାଲସିୟମ୍ କାର୍ବାଇଡ୍, ଏଥିଲିନ ଓ ଇଥେଫନ୍ ରସୟାନିକର ପ୍ରୟୋଗ କରାଯାଉଛି । ତେବେ ଏହି ଦୁଇଟି ଯାକ ରସାୟନିକ ପଦାର୍ଥ ବହୁ ବର୍ଷ ତଳୁ ଭାରତରେ ବ୍ୟାନ କରାଯାଇଛି ।

ଡାକ୍ତରଙ୍କ ମତରେ, ଏହି ଦୁଇ ରସାୟନିକ ପଦାର୍ଥ ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏହି ରସାୟନିକ ପଦାର୍ଥ ଶରୀର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଏହାବ୍ୟତୀତ କିଡନୀ ଉପରେ କୁପ୍ରଭାବ ପକାଇ ଥାଏ। ଡାକ୍ତରଙ୍କ ସୂଚନା ମୁତାବକ, ଅଧିକାଂଶ ସମୟରେ ଲୋକେ ଦାଗ ମାଗ ଥିବା ଫଳ କିଣିବାକୁ ଆଦୌ ପସନ୍ଦ କରିନଥାନ୍ତି, କେବଳ ଆଖିକୁ ସୁନ୍ଦର ଦେଖାଯାଉଥିବା ତଥା ଚକମକ ଦେଖାଯାଉଥିବା ଫଳ କିଣିବାକୁ ହିଁ ବେଶି ପସନ୍ଦ କରିଥାନ୍ତି । ଆଉ ଏହା ହିଁ ଏହି ରସାୟନିକକୁ ଚିହ୍ନଟ କରିବାର ଏକମାତ୍ରା ଉପାୟ । କାରଣ ଏହି ଫଳଗୁଡିକର ରଙ୍ଗ ପଛରେ ରହିଛି ବ୍ୟାନ ହୋଇଥିବା କେମିକାଲ । ମାତ୍ରାଧିକ ଏଥିଲିନ ବ୍ୟବହାର ହେବା ଦ୍ୱାରା ଏହା ଆଖିକୁ ଖୁବ୍ ଆକର୍ଷଣୀୟ ଦେଖାଯାଇଥାଏ ସତ କିନ୍ତୁ ଭିତରେ ଭରି ରହିଥାଏ କେବଳ ବିଷ ହିଁ ବିଷ ।

ତେବେ କଞ୍ଚା ଆମ୍ବ ଏବଂ କଦଳୀକୁ ପଚାଇବା ପାଇଁ ଆନ୍ଧ୍ର ପ୍ରଦେଶ, ୟୁପି, ବିହାର ଏବଂ ଓଡିଶାରେ ମିଳୁଥିବା ଫଳଗୁଡିକରେ ବିଶେଷ କରି ଏହି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି । ଏଫଏସଏସଏଆଇ ଦ୍ୱାରା ନିଦ୍ଧାରିତ ମାନକ ଅନୁସାରେ,ଆମ୍ବ ଏବ କଦଳୀକୁ ପଚାଇବା ପାଇଁ ଏଥିଲିନ ଗ୍ୟାସର ବ୍ୟବହାର କରାଯାଇପାରେ ଏବଂ ଏହାର ମାନକ ମଧ୍ୟ ୧୦୦ପିଏମ ସ୍ଥିର କରାଯାଇଛି । କିନ୍ତୁ ଏଠାରେ ଯେଉଁଭଳି ଭାବରେଏହାକୁ ବ୍ୟବହାର କରାଯାଉଛି ତାହା ନିର୍ଧାରିତ ମାନକଠାରୁ ପାଖାପାଖି ୨୦ରୁ୩୦ ଗୁଣା ଅଧିକ ରହିଛି । ଯାହାଦ୍ୱାରା କି ଏପ୍ରକାରର ଫଳ ଖାଇବା ଶରୀର ପାଇଁ କୌଣସି ବିପଦରୁ କମ ନୁହେଁ ।

ପ୍ରାକୃତିକ ଉପାୟରେ ପଚାଯାଇଥିବା କଦଳୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଖରାପ ହୋଇନଥାଏ । କିନ୍ତୁ ରସାୟନିକ ଉପାୟରେ ପଚାଯାଇଥିବା କଦଳୀ ୨୪ ଘଣ୍ଟା ଭିତରେ ପଚି ଯାଇଥାଏ । ଭଲ ଓ ଖରାପ କଦଳୀ ଭିତରେ ଥିବା ଅନ୍ତରକୁ ଚିହ୍ନଟ କରିବାରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତରିକା ଅଟେ।

ସମ୍ବନ୍ଧିତ ଖବର