ଆଦର୍ଶର ଭିନ୍ନ ରୂପ; ନିର୍ଜନ ଗାଁରେ ଆଧୁନିକ ସ୍କୁଲ୍‌ ଖୋଲିବା, ନିଜ ଟଙ୍କାରେ ଛାତ୍ରଛାତ୍ରୀଙ୍କ ପେଟ ପୂରାଇବା ପରି ଛାତ୍ରବତ୍ସଳ ଶିକ୍ଷକ ଏମାନେ

ଚେନ୍ନାଇ: ଶିକ୍ଷକମାନେ ଯୁଗେ ଯୁଗେ ସମାଜ ପାଇଁ ଆଦର୍ଶ ହୋଇଥାନ୍ତି। କେବେ ଶିକ୍ଷା ଦାନ କରି ତ କେବେ ସଂସ୍କାରର ମୂଲ୍ୟବୋଧ ଶିଖାଇ। ଏବେ ସମାଜ ପାଇଁ ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ବିହାରର ଏକ ନିର୍ଜନ ଗ୍ରାମରେ ଥିବା ଏକ ସରକାରୀ ସ୍କୁଲ୍‌ ଶିକ୍ଷକ ମଦନ ଯାଦବ।

ଯାଦବ ସଂପୃକ୍ତ ଅଞ୍ଚଳରେ ଏକ ସ୍କୁଲ୍‌ ଚଳାଉଛନ୍ତି। ସେ ନିଜ ସ୍କୁଲରେ ପିଲାମାନଙ୍କୁ ଉତ୍ତମ ସେବା ଦେବାର କୌଣସି ବି ଉପାୟ ହାତଛଡ଼ା କରିନାହାନ୍ତି। ଯେଉଁ ଗ୍ରାମର ଅଧିକାଂଶ ଲୋକ ନିଜ ଗାଁ ବାହାରକୁ ଯାଇନାହାନ୍ତି ସେଠାରେ ଯାଦବ ଏକ ସ୍କୁଲ୍‌ ଚଳାଇବା ସହ ସେଥିମଧ୍ୟରେ ସୁବିଧା ପରେ ସୁବିଧା କରିବାରେ ଲାଗିଛନ୍ତି।

ଯାଦବଙ୍କ ସ୍କୁଲ୍‌ରେ ଛାତ୍ରଛାତ୍ରୀମାନେ ଇଂରାଜି କବିତା ପଢ଼ନ୍ତି। ଉତ୍ତମ ପୋଷାକ ପିନ୍ଧନ୍ତି। ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ବି ହୁଅନ୍ତି। ଯଥାଚେଷ୍ଟା କରି ସ୍କୁଲ୍‌କୁ ଅଧୁନିକତା ସହ ପରିଚୟ କରାନ୍ତି ଯାଦବ।

ଯାଦବଙ୍କ ପରି ଅନ୍ୟ ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି ଚେନ୍ନାଇର ମିଷ୍ଟର୍‌ ପିକେ ଇଲାମରନ। ସେ ନିଜ ସ୍କୁଲ୍‌ର ୧୨୦ ଜଣ ପିଲାଙ୍କୁ ସକାଳୁ ସୁସ୍ଥକର ଜଳଖିଆ ଖୁଆଉଛନ୍ତି। ଏହା କାର୍ଯ୍ୟ ସେ ୨୦୧୮ ଜୁଲାଇ ମାସରୁ ଆରମ୍ଭ କରିଛନ୍ତି।

ଇଲାମରନ ଏହି ସୁପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ସ୍କୁଲ୍‌ର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମ ତାଲିକା କରି ନେଇଥିଲେ। ସ୍ଥାନୀୟ ଦୋକାନରୁ ସୁସ୍ଥକର ଇଡ୍‌ଲି ଓ ପୋଙ୍ଗଲ ଆଣି ସକାଳ ପ୍ରାୟ ୭.୩୦ରୁ ୮ଟା ଭିତରେ ସେ ପିଲାମାନଙ୍କୁ ନିଜେ ଖାଇବା ପରଷି ଥାଆନ୍ତି।

ସପ୍ତମ ଓ ନବମ ଶ୍ରେଣୀ ପିଲାଙ୍କୁ ଏହି ଶିକ୍ଷକ ଜଣକ କୁହନ୍ତି କି ଏପରି କରିବା ଦ୍ୱାରା ତାଙ୍କୁ ଖୁବ୍‌ ଆତ୍ମସନ୍ତୋଷ ମିଳିଥାଏ।

ଏମାନଙ୍କ ବିଷୟରେ ପଢୁ ପଢୁ ଆପଣ ଆଉ ଜଣେ ଆଦର୍ଶ ଶିକ୍ଷକଙ୍କୁ ଭୁଲି ଯାଇନଥିବେ ବୋଲି ଆଶା। ତାମିଲନାଡୁର ଏକ ସରକାରୀ ସ୍କୁଲ୍‌ର ଶିକ୍ଷକ ଜି ଭଗବାନଙ୍କର ବଦଳି ଘଟଣାରେ କିପରି ଭାବେ ତାଙ୍କ ଛାତ୍ରଛାତ୍ରୀ ନିଜର ପ୍ରିୟ ଶିକ୍ଷକଙ୍କୁ ହରାଇ କାନ୍ଦିଥିଲେ ତାହା ସେ ସମୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏପରିକି ପିଲାଙ୍କ ଶ୍ରଦ୍ଧା ଉକ୍ତ ଶିକ୍ଷକଙ୍କ ବଦଳି ବି ରୋକିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର