ଖରା ଛୁଟିରେ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ବଦଳରେ ମାତା-ପିତାଙ୍କୁ ଦେଲେ ଏହି କାମ…ଇଣ୍ଟରନେଟରେ ଭାଇରାଲ ହେଲା ହୋମଓ୍ଵାର୍କ

ନୂଆଦିଲ୍ଲୀ: ଚେନ୍ନାଇର ଏକ ସ୍କୁଲ ଗରମ ଛୁଟିରେ ପିଲାଙ୍କ ବଦଳରେ ମାତା-ପିତାଙ୍କୁ ହୋମଓ୍ଵାର୍କ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍କୁଲ ମାତା-ପିତାଙ୍କୁ ଏକ ଲମ୍ବା ତାଲିକାର ହୋମଓ୍ଵାର୍କ ଧରାଇ ଦେଇଛନ୍ତି ସ୍କୁଲ କର୍ତ୍ତୃପଧ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଆଜିକା ସମୟରେ ପିଲାଙ୍କ ପିତାଙ୍କ ସହିତ ମାତା ବି କାମକୁ ଯାଉଛନ୍ତି। ଏମିତରେ ପିଲାଙ୍କୁ ଯେତିକି ଧ୍ୟାନ ଦେବା କଥା ମାତା-ପିତା ଦେଇପାରୁ ନାହିଁ। ଫଳରେ ପିଲାମାନେ ଅବହେଳିତ ହୋଇପଡ଼ୁଛନ୍ତି। ତେଣୁ ପିଲାଙ୍କ ଉପରେ ଉପଯୁକ୍ତ ଧ୍ୟାନ ଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପିତା-ମାତାଙ୍କୁ ଏହି ଖରାଛୁଟିରେ ଏକ ପ୍ରୋଜେକ୍ଟ ଦେଇଛନ୍ତି। ଚେନ୍ନାଇର ଏହି ସ୍କୁଲର ନାମ ‘ଅନଇ ବାୟଲେଟ ମ୍ୟାଟ୍ରିକ ହାୟର ସେକେଣ୍ଡ୍ରି ସ୍କୁଲ’। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପିତା-ମାତାଙ୍କୁ ୧୭ ପଏଣ୍ଟ ହୋମଓ୍ଵାର୍କ ଦିଆଯାଇଛି। ଯେଉଁଥିରେ କ’ଣ କରିବାକୁ ପଡ଼ିବ ତାହା ସୂଚିତ ଅଛି।

ଏଥିରେ ଲେଖାହୋଇଛି କି, ଡିୟର ପେରେଣ୍ଟସ୍‌ ଗତ ୧୦ମାସ ହେବ ପିଲାଙ୍କ ଉପରେ ଆମେ ଉଚିତ ଧ୍ୟାନ ରଖି ଆସିଛୁ। ଏହା ଆପଣ ବି ଭଲ ଭାବେ ଜାଣିଥିବେ। ଏବେ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଏହି ୧୭ଟି ପଏଣ୍ଟ ଜରିଆରେ ଆପଣଙ୍କୁ ପିଲାଙ୍କୁ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର