ଛତିଶା ନିଯୋଗ ସେବା ଓ ସେବକ

ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତି ସଂପାଦନ ପାଇଁ ୧୨୦ ପ୍ରକାର ସେବା ରହିଛି। ଏଥି ମଧ୍ୟରୁ ମୁଦ୍ରିତ ସ୍ୱତ୍ଵଲିପିରେ ୧୧୯ ପ୍ରକାରର ସେବା ଥିବାବେଳେ ପରେ ସ୍ୱତ୍ଵଲିପିରେ ସଂଶୋଧନ ହୋଇ ୧୨୦ ନମ୍ବର ସେବା ରୂପେ ବେହେରାକରଣ ସେବା ଯୋଗ କରାଯାଇଛି। ଏହି ସେବକମାନେ ସମୟକ୍ରମେ ଓ କର୍ମଭେଦରେ ୩୬ ଭାଗରେ ବିଭକ୍ତ। ଏହାକୁ ଛତିଶା ନିଯୋଗ ବୋଲି କୁହାଯାଏ। ଶ୍ରୀମନ୍ଦିର ସ୍ୱତଲିପିରେ ସେମାନଙ୍କ ସେବା କଥା ଉଲ୍ଲେଖ ରହିଛି। କେଉଁ ସେବକ କେଉଁ କାମ କରନ୍ତି, ସେ ସଂପର୍କରେ ସଂକ୍ଷିପ୍ତ ବିବରଣୀ:

ଆଦ୍ୟ ସେବକ ଗଜପତ: ଗଜପତିି ମହାରାଜ ଠାକୁରଙ୍କ ଆଦ୍ୟ ସେବକ
ପାଟ୍ଟଯୋଶୀ ମହାପାତ୍ର: ଏମାନେ ଛତିଶା ନିଯୋଗର ନାୟକ। ମହାବାହୁଙ୍କ ଅଙ୍ଗଲାଗି ସେବକ। ମଙ୍ଗଳ ଆଳତିଠାରୁ ପହୁଡ଼ ପର୍ଯ୍ୟନ୍ତ ଦାୟିତ୍ଵ ତୁଲାନ୍ତି। ପାଳିଆ, ସେବକଙ୍କୁ ଠାକୁରଙ୍କ ନୀତିରେ ଲାଗି କରାଇବା ଏମାନଙ୍କର କାର୍ଯ୍ୟ
ଭିତରଚ୍ଛ ମହାପାତ୍ର-ତଳିଛ ମହାପାତ୍ର: ଏମାନେ ମନ୍ଦିର ଫିଟାଇବା ଓ ବନ୍ଦ କରିବା କର୍ମ ନିର୍ବାହ କରନ୍ତି
ପୁରୋହିତ: ମନ୍ଦିର-ଯଜ୍ଞ କର୍ମ କରନ୍ତି
ପୂଜାପଣ୍ଡା: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଗ ସର୍ମପଣ
ପୁଷ୍ପାଳକ: ବିଗ୍ରହଙ୍କ ବେଶ କାର୍ଯ୍ୟ ସଂପାଦନ
ବଡୁ: ପୂଜା ଉପକରଣ ସଂଗ୍ରହ
ପତିମହାପାତ୍ର: ଦଇତାପତିଙ୍କ ସହିତ ରଥଯାତ୍ରା ଓ ନବକଳେବର କର୍ମ ସଂପାଦନ କରିଥାନ୍ତି
ପ୍ରତିହାରୀ: ଦ୍ଵାର ରକ୍ଷକ
ମେକାପ: ଭଣ୍ଡାର ରକ୍ଷକ
ସୁଆର: ଭୋଗ ପ୍ରସ୍ତୁତ କରନ୍ତି
ଖୁଣ୍ଟିଆ: ବିଗ୍ରହମାନଙ୍କ ରକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରନ୍ତି
ମୁଦୁଲି: ମନ୍ଦିର ଦ୍ଵାର ବନ୍ଦ କରିବା ଏମାନଙ୍କର କାର୍ଯ୍ୟ
ଦଇତା: ସ୍ୱତନ୍ତ୍ର ପ୍ରକାର ସେବାୟତ। ରଥଯାତ୍ରା ଓ ନବକଳେବର ସମୟରେ କର୍ମ ନିର୍ବାହ କରନ୍ତି।
ଦତ୍ତ: ବିଗ୍ରହମାନଙ୍କ ବନକ ଲାଗି କରନ୍ତି।
କରଣ: ମହାପ୍ରଭୁଙ୍କ ଆୟ ବ୍ୟୟ ହିସାବ ରଖନ୍ତି
ହଡ଼ପ ନାୟକ: ପାନ ପ୍ରସ୍ତୁତ କରନ୍ତି
ଘଟୁଆର: ଚନ୍ଦନ ଘୋରିବା ସେବା
ମହାଭୋଇ: ମହାପ୍ରଭୁଙ୍କ ସ୍ନାନ ପାଇଁ ଚନ୍ଦନ ବ୍ୟବସ୍ଥା
ପାଣିଆପଟ: ଜଳ ଯୋଗାଣିଆ ସେବକ
ବଜନ୍ତ୍ରୀ: ବାଜା ବଜାଇବା ସେବକ
ଗାୟଣୀ: ଏମାନେ ମଙ୍ଗଳ ଗୀତ ଗାନ କରନ୍ତି
ଗୀତଗୋବିନ୍ଦ ସେବକ: ଗୀତଗୋବିନ୍ଦ ଗାନ କରନ୍ତି
ଛତାର: ମହାପ୍ରଭଙ୍କ ବିଜେ ସମୟରେ ଛତା ଧରନ୍ତି
ଚକ୍ରଦହୁଡି: ଆଲୋକ ଧାରଣ କର୍ତ୍ତା
କୁମ୍ଭାର ବିଶୋଇ: ମାଟିପାତ୍ର ଯୋଗାଣ କର୍ତ୍ତା
ସୁଆଁସିଆଁ: ମଜୁରିଆ କାମ
ଚୁନରା: ନୀଳଚକ୍ରରେ ବାନା ବାନ୍ଧିବା
ଜ୍ୟୋତିଷ: ମନ୍ଦିର କାର୍ଯ୍ୟରେ କାଳ ଗଣନା କାମ କରନ୍ତି
ବୈଦ୍ୟ: ମହାପ୍ରଭୁଙ୍କ ମହୋଷଧି ଯୋଗାଉଥିବା ସେବକ
ସାବୁତ ନିଯୋଗ: ବ୍ୟଞ୍ଜନ ପାଇଁ ପରିବା ଯୋଗାଉଥିବା ବ୍ୟକ୍ତି
ବିନ୍ଧାଣି: କମାର କାମ କରନ୍ତି
ତୀର୍ଥମାଟିଆ: ମନ୍ଦିର ପରିସରରେ କେହି ମରିଗଲେ ଶୁଦ୍ଧିକ୍ରିୟା କରନ୍ତି
ଓଝା ମହାରଣା: ବଢ଼େଇ
ଚାପା ପଲେଇ: ନୌକା ଚାଳକ
ଅଶ୍ୱହସ୍ତୀ ସେବକ: ଘୋଡା ଓ ହାତୀମାନଙ୍କ ରକ୍ଷକ
ମହାସେଠୀ: ପ୍ରଭୁଙ୍କ ପୋଷାକ ସଫା କରନ୍ତି
ପାଳିଆ ମାହାର: ମନ୍ଦିର ପରିସରକୁ ସଫା ରଖନ୍ତି
ଦର୍ପଣିଆ: ଅବକାଶ ବେଳେ ଶ୍ରୀଜିଉଙ୍କୁ ପିତଳ ଦର୍ପଣ ଦେଖାନ୍ତି
ରଥ ସମୟରେ ଠାକୁରଙ୍କୁ ରୁନ୍ଧିବା, ଫିଟାଇବା କାର୍ଯ୍ୟରେ ସହଯୋଗ କରନ୍ତି

ସମ୍ବନ୍ଧିତ ଖବର