ନୂଆଦିଲ୍ଲୀ: ବିବାହ କାର୍ଡରେ ବର-ବଧୂଙ୍କ ନାମ ସହିତ ପରିବାର ସହସ୍ୟଙ୍କ ନାମ ବି ଲେଖା ହେବା ସହିତ ବିବାହ ତାରିଖ ସହିତ ଭୋଜି ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ। ତେବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିବାହ କାର୍ଡ ଭାଇରାଲ ହୋଇଥାଏ। ନିକଟରେ ଏମିତି ଏକ ବିବାହ କାର୍ଡ ଭାଇରାଲ ହୋଇଛି।
ଏହି ଘଟଣାଟି ଛତିଶଗଡ଼ର ରାୟଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଫଟୋକୁ ତାଙ୍କ ବିବାହ କାର୍ଡରେ ଛପାଇ ଦେଇଛନ୍ତି।
ଭାଇରାଲ ହେଉଥିବା ଏହି ବିବାହ କାର୍ଡରେ ଦେଖିବାକୁ ମିଳୁଛି କି, ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଫଟୋ ସହିତ ଜର୍ସି ନମ୍ବର ୭ ପ୍ରିଣ୍ଟ କରାଯାଇଛି। ଧୋନିଙ୍କ ଏହି ଫ୍ୟାନଙ୍କ ନାମ ଦୀପକ ପଟେଲ ବୋଲି କୁହାଯାଉଛି। ଯିଏକି ତାଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଧୋନିଙ୍କୁ ନିମନ୍ତ୍ରଣ କାର୍ଡ ବି ପଠାଇଛନ୍ତି।
CSK #yellove 💛 fever isn't over yet⁉️
A fan boy of @msdhoni from #chhattisgarh printed Dhoni face, #Jersey no 7 on his wedding card and invite to the #ChennaiSuperKings captain❤🔥
#MSDhoni𓃵#thala#Dhonipic.twitter.com/dZmAqFvI14— Shivsights (@itsshivvv12) June 3, 2023
ତେବେ ଦୀପକ ପିଲାଟି ଦିନରୁ ଧୋନିଙ୍କୁ ତାଙ୍କ ଆଦର୍ଶ ବୋଲି ମାନି ଥାଆନ୍ତି। ତେବେ ଧୋନିଙ୍କୁ ଫ୍ୟାନ୍ସ ଏମିତି ଭଲ ପାଇବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି।