ଜେଜେ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ଯାଇ ନିଜ ବିବାହ ଦିନ ନାତି କଲା ଏଭଳି କାମ

ରାୟପୁର : ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ରହୁଥିବା ଅଙ୍କୁଶ ସିଂହ ନିଜ ଜେଜେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ଯାଇ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଘୋରପୂରାରେ ରହୁଥିବା ଅଙ୍କୁଶଙ୍କ କହିବା ଅନୁଯାୟୀ, ବିବାହ ସମୟରେ ମୁଁ ହେଲିକପ୍ଟରରେ କନ୍ୟାକୁ ଆଣିବାକୁ ଯାଏ ବୋଲି ମୋ ଜେଜେ ବାପା ଚାହୁଁଥିଲେ। ଏଥି ପାଇଁ ଅଙ୍କୁଶ ହେଲିକପ୍ଟର ନେଇ କନ୍ୟାକୁ ଆଣିଛନ୍ତି । ମଙ୍ଗଳବାର ଦିନ ଅଙ୍କୁଶ ହେଲିକପ୍ଟରରେ ଯାଇ ସତନାକୁ ବାହାରିଥିଲେ । ହେଲିକପ୍ଟର ଉଡ଼ାଣ ଭରିବା ଏବଂ ଅବତରଣ କରିବା ପାଇଁ ଅଙ୍କୁଶ ପୂର୍ବରୁ ଅନୁମତି ନେଇ ସାରିଥିଲେ ।

oneindia.com

ଅଙ୍କୁଶଙ୍କ ଏଭଳି ହେଲିକପ୍ଟରରେ ଯିବା ମଧ୍ୟପ୍ରଦେଶର ସତନା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜଣେ ସାଧାରଣ କୃଷକର ପୁଅ ହୋଇ ମଧ୍ୟ ଜେଜେ ବାପାଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଅଙ୍କୁଶ କରିଥିବା କାମକୁ ଏବେ ସମସ୍ତେ ପ୍ରଶଂସା କରିଛନ୍ତି । ବିବାହ ପାଇଁ ଅଙ୍କୁଶ ହାଇଦ୍ରାବାଦ୍‌ର ଏକ ଘରୋଇ କମ୍ପାନୀରୁ ହେଲିକପ୍ଟର ଭଡ଼ାରେ ଆଣିଥିଲେ । ଭଡ଼ାରେ ଅଣା ଯାଇଥିବା ହେଲିକପ୍ଟରରେ ୮ଜଣ ବସିବାର ସୁବିଧା ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର