ଆଖି ପିଛୁଳାକେ ଉଜୁଡ଼ି ଗଲା ସୁନାର ସଂସାର, ବାପ ଛେଉଣ୍ଡ ହୋଇଗଲେ ସହିଦ୍ ଯବାନଙ୍କ କୁନି କୁନି ପିଲା

ବିଜାପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢ଼ି ସହିଦ୍ ହୋଇଗଲେ ଯବାନ । ବାପ ଛେଉଁଣ୍ଡ ହୋଇଗଲେ ତାଙ୍କର କୁନି କୁନି ପିଲା । ପୁଅକୁ ହରାଇଲେ ବାପା ମାଆ, ଏକୁଟିଆ ହୋଇଗଲା ଭାଇ । ଚୁରମାର ହୋଇଗଲା ସୁନାର ସଂସାର ।

ଉତ୍ତରପ୍ରଦେଶସ୍ଥିତ ଚନ୍ଦୋଲିର ଧର୍ମଦେବ୍ କୁମାର । ସିଆରପିଏଫ୍ କୋବ୍ରା ବାଟେଲିୟନରେ ନିୟୋଜିତ ଥିଲେ । ଧର୍ମଦେବଙ୍କ ଦୁଇଟି ଝିଅ ଅଛନ୍ତି। ଜଣେ ୮ବର୍ଷର ହୋଇଥିବା ବେଳେ ସାନ ଝିଅକୁ ମାତ୍ର ୨ବର୍ଷ ବୟସ ହୋଇଛି । ପତ୍ନୀ ମିରା ଦେବୀ ଗର୍ଭବତୀ ଅଛନ୍ତି । ଆଉ ଏହି ସମୟରେ ସ୍ତ୍ରୀ ଏବଂ ପିଲାଙ୍କୁ ଛାଡ଼ି ଧର୍ମଦେବ ଆରପାରିକୁ ଚାଲିଯାଇଛନ୍ତି । ଆଉ ପରିବାର ଲୋକଙ୍କୁ ଦେଇଯାଇଛନ୍ତି ଅସରନ୍ତି ଦୁଃଖ । ଧର୍ମଦେବଙ୍କ ବ୍ୟତୀତ ତାଙ୍କର ଆଉ ଦୁଇ ଭାଇ ମଧ୍ୟ ଅଛନ୍ତି । ୨୦୧୩ରେ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ସିଆରପିଏଫରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ବି ପୋଷ୍ଟିଂ ଛତିଶଗଡ଼ରେ ହୋଇଛି । ଧର୍ମଦେବଙ୍କ ସବା ସାନ ଭାଇ ଆନନ୍ଦ କୁମାର ବାପା ମାଆଙ୍କ ସହ ଗାଁରେ ରହୁଛନ୍ତି । ତେବେ ଧର୍ମଦେବଙ୍କ ସହିଦ୍ ହେବା ଘଟଣା ପୂରା ପରିବାରକୁ ଦୋହଲାଇ ଦେଇଥିବା ବେଳେ ଗାଁ ଲୋକଙ୍କୁ ମଧ୍ୟ ଦୁଃଖ ଦେଇଛି ।
ଧର୍ମଦେବଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଉତ୍ତରପ୍ରଦେଶ ସରକାର ସହାୟତ ରାଶି ଘୋଷଣା କରିଛନ୍ତି । ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ସହ ଜଣଙ୍କୁ ଚାକିରି ଦିଆଯିବ ବୋଲି ୟୁପି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର