ପୃଥିବୀର ବୃହତ୍ତମ ହୀରା ଉତ୍ତର ଆମେରିକାରେ ମିଳିଥିଲା। ଏହି ବଡ଼ ହୀରାର ତିନି ଗୁଣା ବଡ଼ ହୀରା ଏବେ କାନାଡାରେ ଦେଖିବାକୁ ମିଳିଛିି। ୫୫୨ କ୍ୟାରେଟ୍ ଏହି ହୀରା ଉତ୍ତର ପଶ୍ଚିମ ଅଞ୍ଚଳରେ ଥିବା ଡୋମିନିଅନ୍ ହୀରାଖଣି ଓ ରିଓ ଟିଣ୍ଟୋରୁପ୍ ର ଖଣିରେ ମିଳିଥିବା ଜଣାଯାଇଛି। ପୂର୍ବରୁ କାନାଡାରେ ମିଳିଥିବା ସବୁଠାରୁ ବଡ଼ ହୀରାର ଆକାରଠାରୁ ଏହା ତିନି ଗୁଣା ବଡ଼ ବୋଲି ବି ଜଣାଯାଇଛି। ଏହା ଅଣ୍ଡା ଆକାରର ।
ଡେମୋନିୟନର ମୁଖ୍ୟ ନିର୍ବାହୀ ଅଧିକାରୀ ସେନ୍ ଦୁର୍ଗିନ୍ କହିଛନ୍ତି ଯେ ଏହି ହୀରା ମଣିର ଗୁଣବତ୍ତା ସଂପନ୍ନ,ମାତ୍ର ଏଥିରେ ଆଉ କେତେକ ଅତିରିକ୍ତ ସାମଗ୍ରୀ ରହିଛି। ଏହା ଫଳରେ ଏହି ବୃହତ୍ତମ ହୀରାର ମୂଲ୍ୟାଙ୍କନ ସହଜ ସାଧ୍ୟ ହେଉ ନାହିଁ।
/sambad/media/post_attachments/wp-content/uploads/2018/12/diamond89.jpg)
ଏହି ହାରାର ଆବିଷ୍କାର ଶତାଦ୍ଦୀର ସପ୍ତମ ବୃହତ ଆବିଷ୍କାର ବୋଲି ବ୍ଲୁମବର୍ଗ ଗଣନା ଅନୁଯାୟୀ ଆକଳନ କରାଯାଇଛି। ଏହା ହେଉଛି ଏଯାଏଁ ଆବିଷ୍କୃତ ୩୦ଟି ବଡ ପଥର ମଧ୍ୟରୁ ଗୋଟିଏ। ଏଭଳି ହୀରା ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆଠାରେ ୧୯୦୫ରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Diamond-found-in-Canada_Thumbnail.jpg)