ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଯାତାୟାତ କରୁଥିବା ବେଳେ ଅନେକ ଛୋଟ ପିଲା ଭିକ ମାଗୁଥିବା ଦେଖିବାକୁ ମିଳିଥାଏ। ଏହି ସମୟରେ କିଛି ଲୋକ ଉକ୍ତ ପିଲାଙ୍କୁ ଅଣଦେଖା କରି ପଳେଇ ଯାଉଥିବା ବେଳେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କୁ ନିଜ ସାମର୍ଥ୍ୟ ମୁତାବକ ଟଙ୍କା ଓ କିଛି ଖାଦ୍ୟ ପଦାର୍ଥ ଦେଇ ସାହାଯ୍ୟ କରିଥାଆନ୍ତି।
ଏହି କ୍ରମରେ ଏମିତି ଏକ ଘଟଣା ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି, ଜଣେ ମହିଳା ଏକ ବାଇକରେ ବସି ଯାଉଛନ୍ତି। ଏହି ସମୟରେ ଟ୍ରାଫିକରେ ସେ ଅଟକି ଯାଉଛନ୍ତି। ଏତିକି ବେଳେ ତାଙ୍କ ପାଖକୁ ଜଣେ ଗରିବ ବାଳକ ଆସି କିଛି ସାହାଯ୍ୟ ପାଇଁ କହୁଛି। ନୀରିହ ବାଳକକୁ ଦେଖି ଉକ୍ତ ମହିଳା ଜଣକ ତାର ଗାଲକୁ ଚିପି ସ୍ନେହ କରୁଛନ୍ତି।ଆଉ ସେ ଧରିଥିବା ପର୍ସରୁ କିଛି ଟଙ୍କା ବାହାର କରି ବାଳକକୁ ଦେବା ସହିତ ମା’ ଭଳି ତାର ମୁଣ୍ଡ ଆଉଁସି ଆର୍ଶୀବାଦ ଦେଉଛନ୍ତି।
Hey queen, you dropped this 👑 pic.twitter.com/tYwubPigQu
— CCTV IDIOTS (@cctvidiots) May 2, 2023
ତେବେ ଏଦୃଶ୍ୟକୁ ବୋଧ ହୁଏ ମହିଳାଙ୍କ ଗାଡ଼ି ପଛରେ ଥିବା ଅନ୍ୟ କେହି କୈଦ କରି ନେଇଥିଲେ। ଯାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି। ଭାଇରାଲ ଭିଡିଓରେ ଥିବା ଏହି ହୃଦୟସ୍ପର୍ଶୀ ଦୃଶ୍ୟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/୪୩୫.jpg)