ପାକିସ୍ତାନରେ ବାୟୁସେନା ଆକ୍ରମଣ କରୁଥିବା ସମୟରେ ଜନ୍ମନେଲା ଶିଶୁପୁତ୍ର, ପରିସ୍ଥିତିକୁ ଦେଖି ପରିବାର ଲୋକେ ନାଁ ଦେଲେ ମିରାଜ୍‌ ସିଂହ

ନୂଆଦିଲ୍ଲୀ : ମଙ୍ଗଳବାର ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇ ଜୈସ୍‌-ଏ-ମହମ୍ମଦର ୩୦୦ ଆତଙ୍କବାଦୀଙ୍କୁ ନିହତ କରିଛି । ଭାରତ-ପାକ୍‌ର ନିୟନ୍ତ୍ରଣ ରେଖା ପାର୍‌ କରି ଭାରତୀୟ ବାୟୁସେନା ଏଭଳି ଐତିହାସିକ ଆକ୍ରମଣକୁ ସଫଳ କରିବା ପରେ ଭାରତବାସୀ ଏହି ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରିବା ଆରମ୍ଭ କରିଥିଲେ । ହଜାର ହଜାର ଲୋକ ଜାତୀୟ ପତାକା ଧରି ରାସ୍ତାକୁ ଓହ୍ଲାଇବା ସହ ଜୟ ହିନ୍ଦ୍‌ ନାରା ଦେଇଥିଲେ। ବ୍ୟବସୀୟମାନେ ନିଜ ନିଜର ଉତ୍ପାଦ ଉପରେ ରିହାତି ରଖି ବିକ୍ରି କରିଥିବା ଦେଖା ଯାଇଥିଲା । ଏ ମଧ୍ୟରେ ରାଜସ୍ଥାନରେ ରହୁଥିବା ଜଣେ ଦମ୍ପତି ଭାରତୀୟ ବାୟୁସେନାକୁ ଏକ ବଡ଼ ଶ୍ରଦ୍ଧାଞ୍ଜଳି ଦେଇଛନ୍ତିି ।

Pixabay

ସୂଚନା ମୁତାବକ, ଭାରତୀୟ ବାୟୁସେନା ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିବା ସମୟରେ ରାଜସ୍ଥାନରେ ରହୁଥିବା ଦମ୍ପତିଙ୍କର ଏକ ଶିଶୁପୁତ୍ରକୁ ଜନ୍ମ ହୋଇଥିଲେ । ପରେ ପରେ ଭାରତୀୟ ବାୟୁସେନା ହାସଲ କରିଥିବା ବଡ଼ ସଫଳତାର ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦମ୍ପତି ମହାବୀର ସିଂହ ଏବଂ ସୋନମ ସିଂହ ନିଜ ଶିଶୁପୁତ୍ର ନାଁ ମିରାଜ୍‌ ସିଂହ ରଖିବେ ବୋଲି ନିଷ୍ପତ୍ତିି ନେଇଥିଲେ । ମହାବୀର ରାଜସ୍ଥାନର ନାଗପୁର ଜିଲ୍ଲାରେ ଥବା ଦାବ୍‌ଦା ଗାଁର ବାସିନ୍ଦା । ମିରାଜ୍‌ ମଙ୍ଗଳବାର ଭୋର୍‌ ୩.୫୦ମିନିଟ୍‌ରେ ଜନ୍ମ ନେବା ପରେ ପରିବାର ଲୋକେ ଭାରତୀୟ ବାୟୁସେନାର ସଫଳତାକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନବଜାତର ନାଁ ମିରାଜ୍‌ ରଖିବାକୁ ନିଷ୍ପତ୍ତିି ନେଇଥିଲେ ।

ସମ୍ବନ୍ଧିତ ଖବର