ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଛୋଟଛୋଟ ପିଲାଙ୍କ ଭିଡିଓ ଦେଖିବାକୁ ଖୁବ ମଜା ଲାଗିଥାଏ। କାରଣ ସମୟସମୟରେ ସେମାନେ ବୟସ ତୁଳନାରେ ଏମିତି କଥା କହିଥାଆନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ପାଠପଢ଼ା ପାଇଁ ଶିଶୁକୁ ଗାଳି ଦେବାପରେ ସେ ଏମିତି ବାହାନା କରିଥିଲା କି ମା’ ଭୟଭୀତ ହୋଇଯାଇଥିଲେ। ପରେ ଜାଣିଲେ କି ପୁଅ ମିଛରେ ସେମିତି କହୁଛି।
ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି କି, ଶିଶୁଜଣକ ପାଠ ପଢ଼ିବା ପାଇଁ ବସିଛି। ସେ ଠିକ ଭାବେ ପାଠପଢ଼ୁ ନଥିବାରୁ ସାମ୍ନାରେ ବସିଥିବା ତାର ମା’ ତାକୁ ଗାଳି କରୁଛନ୍ତି।
View this post on Instagram
ଏହି ସମୟରେ ଶିଶୁ କହୁଛି, ‘ମା’ ଗାଳି କରନାହିଁ ମୋର ନିଶ୍ବାସ ଠିକ ଭାବେ ଚାଲୁ ନାହିଁ। ମଝିରେ ମଝିରେ ଅଟକି ଯାଉଛି।’
ପୁଅଠାରୁ ଏଭଳି କଥା ଶୁଣି ମା’ କହୁଛନ୍ତି, ‘ଆଚ୍ଛା ପାଠପଢ଼ିବା ସମୟରେ କାହିଁକି ତୋର ନିଶ୍ବାସ ଅଟକି ଯାଉଛି। ଖେଳିବା ସମୟରେ ତ ଭଲ ଚାଲୁଛି।’
ଶିଶୁ କହୁଛି , ‘ନାଇ ମା’ ଖେଳ ସମୟରେ ବି ଅଟକି ଯାଉଛି। ତୁମେ ମୋତେ କଦାପି ଭଲ ପାଉ ନାହଁ। ଖାଲି ଗାଳି କରୁଛ।’
ମା’ ଓ ଶିଶୁଙ୍କ ଏଭଳି ବାର୍ତ୍ତାଳାପର ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି। ଆଉ ଭିଡିଓକୁ ବହୁମାତ୍ରାରେ ସେୟାର ବି କରୁଛନ୍ତି।