ଦେଖନ୍ତୁ କିପରି ‘ଗୁଲାବି ଆଖେଁ ଜୋ ତେରି ଦେଖି’ ଗୀତ ଗାଇ ଶିକ୍ଷୟିତ୍ରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ଶିଶୁ

ନୂଆଦିଲ୍ଲୀ: ଭାରତରେ ପ୍ରତିଭାର ଅଭାବ ନାହିଁ । ପ୍ରତିଭାବାନ ପିଲାମାନଙ୍କର ଅନେକ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ହୃଦୟସ୍ପର୍ଶୀ ଭିଡିଓ ରହିଥାଏ, ଯାହାକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ। ଆଜିକାଲି ଇନଷ୍ଟାଗ୍ରାମରେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଜଣେ ଛୋଟ ପିଲା ଯିଏ ଏକ ଗୀତ ଗାଇ ତାର ଶିକ୍ଷୟିତ୍ରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି।
ପିଲାର ଗୀତରେ ତାର ଶିକ୍ଷୟିତ୍ରୀ ଏତେ ପ୍ରଭାବିତ ହୋଇଯାଇଥିଲେ କି ବାରମ୍ବାର ଗୀତ ଗାଇବାକୁ କହୁଛନ୍ତି । ପିଲାଟି ମଧ୍ୟ ଶିକ୍ଷୟିତ୍ରୀଙ୍କ ମନ ରଖିବାକୁ ବାରମ୍ବାର ‘ଗୁଲାବି ଆଖେଁ ଜୋ ତେରି ଦେଖି’ ଗୀତ ଗାଇଚାଲୁଛି।

ସବୁଠାରୁ ମଜାଳିଆ ମୁହୂର୍ତ୍ତ ହେଉଛି, ପିଲାଟି ଗୀତ ଗାଇବା ସମୟରେ ମଝିରେ ଅଟକି ଯାଉଛି। ଆଉ ଅତି ସ୍ନେହର ସହ ମଜାଦାର ଶୈଳୀରେ କହୁଛି, ମ୍ୟାଡମ ମୋର ଦାନ୍ତ ଯନ୍ତ୍ରଣା ହେଉଛି। ଶିକ୍ଷୟିତ୍ରୀଙ୍କୁ  ଶିଶୁର ଗୀତ ଏତେ ପସନ୍ଦ ଆସୁଛି ଯେ ସେ ତାର କଥାକୁ ଅଣଦେଖା କରି ଗୀତ ଉପରେ ଧ୍ୟାନ ଦେବାକୁ କହୁଛନ୍ତି।

 

 

View this post on Instagram

 

A post shared by memes | news | comedy (@ghantaa)

 

ସମ୍ବନ୍ଧିତ ଖବର