ଦେଖନ୍ତୁ ଶିଶୁକୁ କିପରି ଆଲିଙ୍ଗନ କରିବା ପାଇଁ ଖୁସିରେ ଧାଇଁ ଆସୁଛି ଏକ କୁକୁଡ଼ା

ନୂଆଦିଲ୍ଲୀ : କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ‌ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଯିଏ ଦେଖୁଛନ୍ତି ସେ ପସନ୍ଦ କରୁଛନ୍ତି। ମୁଖରୁ ଆପଣାଛାଏଁ ବାହାରି ପଡ଼ୁଛି ବାଃ ଶିଶୁ ଓ ଏକ କୁକୁଡ଼ା ମଧ୍ୟରେ କି ସ୍ନେହ.. କି ନିବିଡ଼ ସମ୍ପର୍କ।

मासूम बच्चे ने एक मुर्गी को किया हग

ସାଇମନ୍ ବିଆରଏଫସି ହପକିନ୍ସ ନାମକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏଥିରେ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସ୍ନେହ ଓ ମାନବିକତା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଛୋଟ ପିଲା ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧି ତଳେ ବସିଥିବାର ନଜର ଆସୁଛି। ଏହି ସମୟରେ ଏକ ଧଳା ରଙ୍ଗର କୁକୁଡ଼ା ଶିଶୁ ପାଖକୁ ଖୁବ ଖୁସିରେ ଦୌଡ଼ି ଆସୁଛି। କୁକୁଡ଼ାକୁ ଦୌଡ଼ି ଆସୁଥିବା ଦେଖି ଶିଶୁ ତାକୁ କୋଳେଇ ନେଇ ଆଲିଙ୍ଗନ କରୁଛି। ଏଥି‌ରେ ଶିଶୁ ସହିତ କୁକୁଡ଼ାଟି ବି ବହୁତ ଖୁସି ହୋଇ ଯାଉଥିବା ‌ଦେଖିବାକୁ ମିଳୁଛି।

 

ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ଏହା ଦୁନିଆର ସବୁଠାରୁ ସୁନ୍ଦର ଆଲିଙ୍ଗନ। ତେବେ ଏହି ଭିଡିଟି କେଉଁଠିକାର ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଏହି ଛୋଟ ଭିଡିଓ କ୍ଲିପ୍ ଟି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓକୁ ଅନେକ ଲୋକ ଦେଖି ସାରିଥିବା ବେଳେ ସେୟାର ବି କରୁଛନ୍ତି।

ସମ୍ବନ୍ଧିତ ଖବର