ନୂଆଦିଲ୍ଲୀ : ବଢ଼ୁଥିବା ଅପରାଧକୁ କମ୍ କରିବା ପାଇଁ ନିକଟରେ ସୁପ୍ରିମ୍କୋର୍ଟ ଏକ ନିର୍ଣ୍ଣୟ ନେଇଥିଲେ । କିନ୍ତୁ ବର୍ତ୍ତମାନ ସେହି ନିୟମର ଉଲଂଘନ କରିବା ଯୋଗୁଁ ଗୁଗୁଲ୍ ଇଣ୍ଡିଆ, ଫେସବୁକ୍ ଆୟରଲ୍ୟାଣ୍ଡ , ଫେସବୁକ୍ ଇଣ୍ଡିଆ , ମାଇକ୍ରୋସପ୍ଟ ଏବଂ ହ୍ଵାର୍ଟସଆପ୍ ଆଦି କମ୍ପାନିଗୁଡ଼ିକ ଉପରେ ଏକ-ଏକ ଲକ୍ଷ ଟଙ୍କାର ଜରିମାନା ଲାଗିଛି । କାରଣ ନିୟମ ଅନୁଯାୟୀ ଏହି ସୋସିଆଲ୍ ମିଡିଆ ସାଇଟ୍ଗୁଡ଼ିକ ତାଙ୍କ ପେଜରୁ ଶିଶୁ ପର୍ଣ୍ଣୋଗ୍ରାଫି ଏବଂ ଦୁଷ୍କର୍ମ ଭିଡ଼ିଓ ଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ସାଇଟ ଗୁଡ଼ିକ ଏ ନେଇ ସୁପ୍ରିମ୍କୋର୍ଟରେ କୌଣସି ରିପୋର୍ଟ ଦାଖଲ କରିନଥିବା ବେଳେ ନିର୍ଦ୍ଦେଶ ପାଳନ କରିନାହାନ୍ତି।
/sambad/media/post_attachments/wp-content/uploads/2018/05/social-media-networks-icons-ss-1920-300x169.jpg)
ଏହା ପୂର୍ବରୁ ସୁପ୍ରିମ୍କୋର୍ଟ ନୋଟିସ୍ ଜାରି କରିଥିଲେ କି ସମସ୍ତ ସୋସିଆଲ ମିଡ଼ିଆ ସାଇଟ, ଯେପରିକି ଗୁଗୁଲ୍ ଇଣ୍ଡିଆ , ଫେସବୁକ୍ ଆୟରଲ୍ୟାଣ୍ଡ , ଫେସବୁକ୍ ଇଣ୍ଡିଆ , ମାଇକ୍ରୋସପ୍ଟ ଏବଂ ହ୍ଵାର୍ଟସଆପ୍ ଆଦିକୁ ଯୌନ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ଭିଡିିଓ ଡ଼ିଲିଟ କରନ୍ତୁ । କିନ୍ତୁ ଏହି କମ୍ପାନୀଗୁଡ଼ିକଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଏଣୁ ସୁପ୍ରିମ୍କୋର୍ଟ ଏହି କମ୍ପାନୀଗୁଡ଼ିକୁ ଏକ-ଏକ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ୧୫ ଜୁନ୍ ମଧ୍ୟରେ ଏହି ମାମଲା ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ।