ଟ୍ରେନ୍‌ ଆସୁଥିଲା, ରେଳ ଧାରଣା ଉପରକୁ ଚାଲିଗଲେ ଶିଶୁ : ତା’ ପରେ କ’ଣ ହୋଇଥିଲା ଦେଖନ୍ତୁ ଭିଡ଼ିଓରେ?

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ । ପିଲାଟି ତାର ମା’ ପାଖରେ ବସି ଟ୍ରେନକୁ ଅପେକ୍ଷା କରିଥିବା ବେଳ ହଠାତ୍‌ ଦୌଡ଼ି ଯାଇ ଟ୍ରାକ୍‌ ଉପରେ ଗଳି ପଡ଼ୁଛି । ଏହା ପରେ ସମସ୍ତେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ଘଟଣା ସ୍ଥଳକୁ ଆସୁଛନ୍ତି । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଦୌଡ଼ି ଯାଇ ରେଳ ଧାରଣାକୁ ଡ଼େଇଁବା ସହ ପିଲାଟିକୁ ବଞ୍ଚାଇ ନେଉଛନ୍ତି । ପୁରା ଘଟଣାଟି ସିସିଟିଭିରେ କଏଦ ହେବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଇଟାଲୀର ମିଲାନରେ ଥିବା ରିପବ୍ଲିକା ମେଟ୍ରୋ ଷ୍ଟେସନରେ ଜଣେ ମହିଳା ତାଙ୍କ ପୁଅ ସହ ଟ୍ରେନକୁ ଅପେକ୍ଷା କରିଥିଲେ । ପିଲାଟି ହଠାତ୍‌ ଉଠି ଦୌଡ଼ି ଦୌଡ଼ି ଆସିବା ସହ କେହି କିଛି ଭାବିବା ପୂର୍ବରୁ ରେଳ ଧାରଣା ଭିତରକୁ ଚାଲି ଯାଇ ଛନ୍ଦିହୋଇ ପଡ଼ି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ୧୮ ବର୍ଷିୟ ଲୋରେଞ୍ଜେ ପିଆଞ୍ଜୋ କିଛି ନ ଭାବି ସିଧା ରେଳ ଧାରଣା ଉପରକୁ ଡ଼େଇଁବା ସହ ପିଲାଟିକୁ ଉପରକୁ ନେଇ ଆସିଥିଲେ । ଏହି ଘଟଣାର ଦୃଶ୍ୟଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋରେଞ୍ଜେଙ୍କ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର