ମା’କୁ ମନେପକାଇ ପିଲାଟି ଗାଉଥିବା ଗୀତ ଶୁଣି ଭାବବିହ୍ବଳ ହେଲେ ଲୋକେ, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ:  କଥାରେ ଅଛି ମା’ ନାହିଁ ଯାହାର, ସାହା ନାହିଁ ତାହାର । ସତରେ ଏ ଦୁନିଆରେ ଏମିତି କେହି ନାହିଁ ଯିଏ ମା’ର ସ୍ଥାନ ନେଇପାରିବ । ଆପଣ ଆଗରୁ ମା’କୁ ନେଇ ବିଭିନ୍ନ ଚଳଚିତ୍ର, ନାଟକ ଓ ଧାରାବାରିକ ଦେଖିଥିବେ। କାହାଣୀ ଶୁଣିଥିବେ ବା ପଢିଥିବେ । ଯେତେବେଳେ ଆମେ ଏସବୁ ଦେଖନ୍ତି, ଶୁଣନ୍ତି ବା ପଢନ୍ତି ସେତେବେଳେ ଆମେ ଭାବବିହ୍ବଳ ହୋଇପଡ଼ନ୍ତି, ଏହା ଆମର ମା’ ପ୍ରତି ଭଲପାଇବାକୁ ସୂଚାଇଥାଏ । ଠିକ୍ ସେମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ତାକୁ ଯିଏ ଦେଖୁଛି ତା ଆଖିରୁ ଆପେଆପେ ଲୁହ ଝରି ଆସୁଛି । ଥରୁଟିଏ ନଜର ପକାନ୍ତୁ ଏ ଭିଡିଓଟି ଉପରେ।  କିଭଳି ଏ କୁନିପିଲାଟି କୋହଭରା ସ୍ବରରେ ତାର ମା’କୁ ମନେପକାଇ ଗୀତ ଗାଉଛି । ଏହି ଭିଡିଓଟିକୁ ବନାରସୀ ବିଟ୍ସ ନାମକ ଫେସବୁକ ଆକାଉଣ୍ଟରୁ ସେୟାର କରାଯାଇଛି ।

ମାତା ପିତାଙ୍କୁ ନେଇ ସଂସ୍କୃତରେ ଏକ ଶ୍କୋକ ଅଛି “ସର୍ବତୀର୍ଥମୟୀ ମାତା ସର୍ବଦେବମୟଃ ପିତା । ମାତରଂ ପିତରଂ ତସ୍ମାତ୍ ସର୍ବୟନ୍ତ୍ରେନ ପୂଜୟେତ୍ ।’’ ଆର୍ଥାତ୍ ମା’ ଆମ ପାଇଁ ସବୁ ତୀର୍ଥଧାମଠାରୁ ବଳି ଆଉ ବାପା ସବୁ ଦେବତାଙ୍କଠାରୁ ଅଧିକ । ସେହି କାରଣରୁ ମାତାପିତା ସବୁସ୍ଥାନରେ ପୂଜାପାଇଥାନ୍ତି ।

ଭିଡିଓରେ ପିଲାଟି ଗୋଟିଏ କାଠର ଖଟ ଉପରେ ବସି ଗୀତ ଗାଉଥିବା ଦେଖିବାକୁ ମିଳୁଛି । ତାର କୋହ ଭରା କଣ୍ଠ ଓ ଆଖିର ଲୁହରୁ ସ୍ବତଃ ଜାଣିହୋଇଯାଉଛି, ଯେ ସେ ତାର ମା’କୁ ଗୀତ ମାଧ୍ୟମରେ କେତେ ମନେପକାଉଛି । ଖେସରୀ ଲାଲଙ୍କ ଏହି ଭୋଜପୁରୀ ଭାଷାର ଗୀତରୁ ସ୍ପଷ୍ଟ ଭାବେ ବୁଝିହେଉଛି ଯେ ମା’ ବିନା ସବୁକିଛି ଅଧୁରା । କୁହାଯାଉଛି ଗୀତ ଗାଉଥିବା ଏହି ପିଲାଟି କେଉଁଠାରୁ ସଂଗୀତ ଶିକ୍ଷା କରିନାହିଁ । ଅନେକ ଲୋକ ଗୀତକୁ ଦେଖିବା ପରେ କହୁଛନ୍ତି ସତରେ ମା’ ବିନା ଜୀବନ ଅଧା ।

ସମ୍ବନ୍ଧିତ ଖବର