ସ୍କୁଲ ଯିବା ରାସ୍ତାରେ ମା’ଙ୍କ ସ୍କୁଟି ପଛରେ ଏହି କାରଣରୁ ଚକା ଆସନ ପକାଇ ବସିଛି ପୁଅ

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନଙ୍କୁ ସ୍କୁଲ ନେବା ଆଣିବା ବାପା-ମା’ମାନେ କରିଥାଆନ୍ତି। ଏହି କ୍ରମରେ ଅନେକ ପିଲାମାନେ ବିଦ୍ୟାଳୟକୁ ନ ଯିବାକୁ ଜିଦ କରିଥାନ୍ତି। ଏହି ଯଦିକୁ ଅଣଦେଖା କରି ପିଲାଙ୍କ ଭଲ ଭବିଷ୍ୟତ ପାଇଁ ବାପା-ମା’ମାନେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ନେଇ ଯାଇଥାଆନ୍ତି। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।

ଏଥିରେ ଦେଖିବାକୁ ମିଳୁଛି ଯେ, ଜଣେ ମା’ ନିଜ ପୁଅକୁ ସ୍କୁଟିରେ ବସାଇ ସ୍କୁଲ ନେଉଛନ୍ତି। ପିଲାଟି ସ୍କୁଲ ପୋଷାକ ପିନ୍ଧି କାନ୍ଧରେ ବ୍ୟାଗ ପକାଇଥିବାର ନଜର ଆସିଛି। କିନ୍ତୁ ପିଲାଟି ସ୍କୁଟି ପଛରେ ଯାହା କରୁଛି, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

 

 

View this post on Instagram

 

A post shared by Dasad Latif (@dasadlatif1212)

ଭିଡିଓ ଦେଖି ଅନୁମାନ କରାଯାଉଛି ଯେ, ପିଲା ଜଣକ ସ୍କୁଲ ଯିବାକୁ ଚାହୁଁନାହିଁ, କିନ୍ତୁ ତାଙ୍କ ମା’ ତାଙ୍କୁ ଜୋରଜବରଦସ୍ତ ସ୍କୁଟିରେ ବସାଇ ସ୍କୁଲକୁ ନେଇ ଯାଉଛନ୍ତି। ଆଉ ଏଥିରେ ରାଗିଯାଇ ପିଲାଟି ସ୍କୁଟିରେ ଚକା ଆସନ ପକାଇ ବସିଥିବାର ଦେଖିବାକୁ ମିଳିଛି। ପିଲାଟି ସିନା ଏମିତି ବସିଛି, କିନ୍ତୁ ସାମାନ୍ୟ ଅସାବଧାନତା ହୋଇଥିଲେ ବଡ଼ ଏକ ଦୁର୍ଘଟଣା ଘଟି ଯାଇଥାଆନ୍ତା ବୋଲି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର