ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ପ୍ରେରଣାଦାୟକ ହୋଇଥିବା ବେଳେ ଆଉ କିଛି ଭିଡିଓ ମଜାଳିଆ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ହସିହସି ବେଦମ ହୋଇଯିବେ।

Advertisment

କରୋନାଭାଇରସ୍ କାରଣରୁ ପିଲାମାନେ ବିଦ୍ୟାଳୟ ଯାଇ ପାରୁ ନଥିଲେ। ଏତେ ଦିନ ଧରି ସ୍କୁଲ ବନ୍ଦ ରହିବା ପରେ କିଛିଦିନ ହେବ ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ପ‌ରେ କିଛି ପିଲା ଯିବାକୁ ଖୁସି ହେଉଥିବା ବେଳେ ଆଉ କେତେକ ପିଲା ଯିବାକୁ ବିଭିନ୍ନ ପ୍ରକାର ବାହାନା ଖୋଜୁଛନ୍ତି।

ନିକଟରେ ଜଣେ ପିଲା ସ୍କୁଲ ଯିବାକୁ ରାଜି ହୋଇ ନଥିବା ବେଳେ ତାର ମା’ ତାର କିଭଳି ଅବସ୍ଥା କରିଛି ‌ତାହା ଏକ ଭିଡିଓ ‌ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ମା’ ତାଙ୍କ ପୁଅର ଗୋଟିଏ ହାତ ଧରିଥିବା ବେଳେ ପୁଅର ସାଙ୍ଗମାନେ ତାର ଅନ୍ୟ ହାତ ଓ ଦୁଇଗୋଡ଼କୁ ଧରି ଟେକିଟେକି ସ୍କୁଲ ନେଇ ଯାଉଛନ୍ତି। ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ସେ ହସିହସି ବେଦମ ହୋଇଯାଉଛନ୍ତି।

ଏହି ଭିଡିଓଟି @IfsSamrat ନାମକ ଟ୍ୱିଟର ବ୍ୟବହାରକାରୀ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।