ପରିବାର ପାଇଁ ଠେଲାରେ ଷ୍ଟ୍ରିଟଫୁଡ ବିକ୍ରି କରୁଛି କୁନି ପିଲା 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହା ହୃଦୟ ସ୍ପର୍ଶୀ ରହିଥାଏ। ନିକଟରେ ସୁପରଷ୍ଟାର ଗାୟକ ଗୁରୁ ରାନ୍ଧୱା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓରେ ଭାବବିହ୍ବଳ ହେଲା ଭଳି ଦୃଶ୍ୟ ରହିଛି।  ଭାଇରାଲ୍ ଭିଡିଓରେ, ଜଣେ ଛୋଟ ପିଲା ଠେଲାରେ ଷ୍ଟ୍ରିଟଫୁଡ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।  ଏହି ଛୋଟ ପିଲାଟି ଖେଳିବା ବୁଲିବା ଓ ପାଠପଢ଼ିବା ବୟସରେ ପରିବା ପାଇଁ ଏଭଳି କାମ କରି ଦୁଇପଇସା ରୋଜଗାର କରିବା ପାଇଁ ବାଧ୍ୟ ହୋଇଛି।

 

 

View this post on Instagram

 

A post shared by Guru Randhawa (@gururandhawa)

ସୁପରଷ୍ଟାର ଗାୟକ ଗୁରୁ ରାନ୍ଧୱା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖାଛନ୍ତି, ଭଗବାନ ସମସ୍ତ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ । ପରିବାରର ପେଟ ପୋଷିବା‌ ପାଇଁ ପିଲାଟି କଠିନ ପରିଶ୍ରମ କରୁଛି ।

ଏହି ଭିଡିଓଟି ବହୁତ ଭାଇରାଲ୍ ହେବାରେ ଲାଗିଛି। ୨୭ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖି ସାରିଲେଣି। ଏଥି ସହିତ ଏକ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର