ସନ୍ତାନର ଭବିଷ୍ୟତ ଏବଂ ବିବାହଜନିତ ସମସ୍ୟା ଦୂର କରିବାପାଇଁ କରନ୍ତୁ ଏହି ସରଳ ଉପାୟ

ପ୍ରତ୍ୟେକ ପିତା ମାତା ଚାହାଁନ୍ତି ତାଙ୍କ ସନ୍ତାନ ସୁଖୀ ରହୁ । ଭବିଷ୍ୟତରେ ସେ କୌଣସି ପ୍ରକାରର କଷ୍ଟ ନ ଭୋଗୁ । ନିଜ ପିଲାର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଜ୍ୟୋତିଷମାନେ ଏକ ମନ୍ତ୍ର ହିଁ ଯଥେଷ୍ଟ ବୋଲି କହିଛନ୍ତି । ଏହି ମନ୍ତ୍ର ଜପ କଲେ ସନ୍ତାନକୁ କୌଣସି ଦୁଃଖ ବା କଷ୍ଟ ଛୁଇଁ ପାରିବ ନାହିଁ । ତାହା ହେଲା- ‘ ଓଁ କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ପ୍ରଣତ କ୍ଲେଶ ନାଶାୟ ଗୋବିନ୍ଦାୟ ନମୋ ନମଃ । ଏହି ମନ୍ତ୍ରକୁ ଶରଦ ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହି ମନ୍ତ୍ର ପ୍ରତ୍ୟହ ତିନି ଥର ଜପ କରିବା ଉଚିତ । ଏହାକୁ କେବଳ ଦିନରେ ଜପ କରିବା ଆବଶ୍ୟକ ।

photo-cloudfront.net

ବିବାହଜନିତ ସମସ୍ୟା ଦୂର କରିବା ପାଇଁ ମନ୍ତ୍ର: ଯେଉଁମାନଙ୍କର ବାହାଘର ହେଉ ନାହିଁ, ସେମାନେ ନିମ୍ନୋକ୍ତ ମନ୍ତ୍ର ଜପ କରିଲେ, ସେହି ସମସ୍ୟାର ସମାଧାନ ହେବ । ସେହି ମନ୍ତ୍ର ହେଲା – ଧରଣୀ ଗର୍ଭସମ୍ଭୁତମ୍‌ ବିଦ୍ୟୁତ୍‌କାନ୍ତି ସମପ୍ରଭମ୍‌ କୁମାରଂ ଶକ୍ତି ହସ୍ତଂ ତଂ ମଙ୍ଗଳଂ ପ୍ରଣମାମ୍ୟହମ୍‌ । ’ ପ୍ରତି ମଙ୍ଗଳବାର ସନ୍ଧ୍ୟାରେ ଏହି ମନ୍ତ୍ରର ଜପ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର