ବଣମଣିଷ ସାଜିଲା ସେକ୍ସ ସ୍ଲେବ୍‌, ଗ୍ରାହକ ଆସିଲେ ଗହଣା ପିନ୍ଧି, ଲୋମ ଚାଞ୍ଛି, ଅତର ମାରି ପ୍ରସ୍ତୁତ ରହିଥାଏ

ବାଲି: ମନୁଷ୍ୟମାନଙ୍କ ଦ୍ୱାରା ପଶୁପକ୍ଷୀ ନିର୍ଯାତିତ ହେଉଥିବାର ଅନେକ ଘଟଣା ନାଜିର ରହିଛି। ଏହି କ୍ରମରେ ଇଣ୍ଡୋନେସିଆରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇ ଉଠୁଛନ୍ତି। ଦେହ ବ୍ୟବସାୟ କରୁଥିବା ଦଲାଲ ବଣମଣିଷକୁ ସେକ୍ସ ସ୍ଲେବ୍‌ ସଜାଇ ଦେଇ ନିଜର ବ୍ୟବସାୟ ଚଳାଇ ଆସିଥିଲା। କେବଳ ଏତିକି ନୁହେଁ ଏହି ମାଈ ବଣମଣିଷ ସହିତ ଅନେକ ପୁରୁଷ ସମ୍ପର୍କ ରଖିଥିବା ବି ଜଣାପଡ଼ିଛି। ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ଏହି ବଣମଣିଷଟି ଯେତେବେଳେ ତା’ଆଡକୁ କୌଣସି ପୁରୁଷ ଆସିବା ଦେଖେ ସେ ଭୟଭୀତ ହୋଇ କାନ୍ଦିବାକୁ ଲାଗେ। ଅନେକ ବର୍ଷ ହେବ ଏହି ବଣମଣିଷକୁ ଚେନ୍‌ରେ ବାନ୍ଦି ବନ୍ଦୀ କରି ରଖାଯାଇଥିଲା।

ବିଶେଷ ସୂତ୍ରରୁ ବନ କର୍ମଚାରୀ ଏହି ବଣମଣିଷ ବିଷୟରେ ଜାଣିବାକୁ ପାଇଥିଲେ। ଦିନେ ଆକସ୍ମିକ ଭାବେ ଚଢ଼ାଉ କରି ବେଶ୍ୟାଳୟରୁ ବଣମଣିଷକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ପୋନି ନାମକ ଏହି ମାଈ ବଣମଣିଷକୁ ୨୦୦୩ ମସିହା ଫେବ୍ରୁଆରିରେ ଓ୍ଵାର୍ନିୟୋ ଜଙ୍ଗଲରୁ ଦଲାଲ ଚେରାଇ ଅଣିଥିଲା। ସେତେବେଳେ ପୋନି ବହୁତ ଛୋଟ ଥିଲା। ଏହାପରେ ଦଲାଲ ପୋନିକୁ ଆଣି ବେଶ୍ୟାଳୟରେ ରଖିଥିଲା। ବେଶ୍ୟାଳୟକୁ ଆସୁଥିବା ଗ୍ରାହକ ଅଧିକାଂଶ ଚାଷୀବର୍ଗର ରହୁଥିଲେ। ସେଥିପାଇଁ ସେମାନେ ୨ପାଉଣ୍ଡ ଦେଇ ପୋନି ନାମକ ବଣମଣିଷ ସହ ଶାରୀରିକ ସମ୍ପର୍କ ରଖୁଥିବା ଜଣାପଡ଼ିଛି।

ବେଶ୍ୟାବୃତ୍ତି କରୁଥିବା ଦଲାଲ ଏହି ବଣମଣିଷକୁ ସେକ୍ସର କିଛି ମୁଦ୍ରାର ପ୍ରଶିକ୍ଷଣ ଦେଇ ରଖିଥିଲା। ଯେତେବେଳେ ପୋନି ଗ୍ରାହକଙ୍କ କଥା ଶୁଣି ନଥାଏ ଦଲାଲ ଅତି ନିର୍ମମ ଭାବେ ଏହି ନୀରିହ ପଶୁ ଉପରେ ଅତ୍ୟାଚାର କରିଥାଏ। ଗ୍ରାହକ ଆସିଲେ ଦଲାଲ ପୋନି ଶରୀରରୁ ସମସ୍ତ ଲୋମକୁ ସେଭ୍‌ କରି ଦେଇଥାଏ। ବିଭିନ୍ନ ପ୍ରକାର ଅଳଙ୍କାର ଓ ପୋଷାକ ପିନ୍ଧାଇ ପରଫ୍ୟୁମ୍‌ ଲଗାଇ ପ୍ରସ୍ତୁତ କରି ରଖିଥାଏ।

ସମ୍ବନ୍ଧିତ ଖବର