ନୂଆଦିଲ୍ଲୀ:  ସିମ୍ପାଞ୍ଜି କିମ୍ବା ମାଙ୍କଡ ଆମର ପୂର୍ବଜ ବୋଲି ପିଲାଟି ବେଳରୁ ଶୁଣି ଆସିଛୁ। ତେବେ ଅନେକ ଲୋକ ଏହା ସହ ସହମତ ଥିବା ବେଳେ ଆଉ କେତେକ ଲୋକ ଏଥିରେ ସହମତ ନୁହଁନ୍ତି । କିନ୍ତୁ ସିମ୍ପାଞ୍ଜି କିମ୍ବା ମାଙ୍କଡଙ୍କ କାମକୁ ଦେଖିବା ପରେ ଲାଗିଥାଏ ‌ଯେ ପ୍ରକୃତରେ ଏମାନେ ଆମର ପୂର୍ବଜ ଥିଲେ। ନିକଟରେ ସିମ୍ପାଞ୍ଜିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିମ୍ପାଞ୍ଜିର ଏହି ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିଛି।

Advertisment

ଭାଇରାଲ୍ ଭିଡିଓରେ ଏକ ସିମ୍ପାଞ୍ଜି ମଣିଷ ପରି ସାବୁନରେ ପୋଷାକ ଧୋଉଥିବାର ଦେଖିବାକୁ ମିଳିଛି। ସେ ଏପରି ଭାବରେ ପୋଷାକକୁ ଧୋଉଛି ଯେମିତି ଲାଗିଛୁ କେହିଜଣେ ମଣିଷ ଧୋଉଛି ବୋଲି। ସିମ୍ପାଞ୍ଜି ପ୍ରଥମେ କପଡାକୁ ପାଣିରେ ବୁଡ଼ାଉଛି।  ତା’ପରେ ଏହାକୁ ହାତରେ ଘସି ଧୋଉଛି। ଏହାପରେ ସାବୁନ୍ ଲାଗାଇ ଫେଣ କରି ଧୋଉଛି। ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ବିଭନ୍ନ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।