ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଓ ଫଟୋ ଭାଇରାଲ୍‌ ହୋଇଥାଏ। ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓକୁ ଦେଖିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

publive-image

ଯଦି ଆପଣଙ୍କ ନଜର କୌଣସି ନଦୀ ଉପରେ ପଡ଼ୁଛି ଓ ସେଠାରେ ଏକ ୫ମହଲା କୋଠା ବିଶିଷ୍ଟ ହୋଟେଲ୍‌ ପାଣିରେ ଭାସୁଥିବା ଦେଖିବାକୁ ପାଇବେ। ତେବେ ଦୃଶ୍ୟଟି କିପରି ହୋଇଥିବ ଥରେ ଭାବି ଦେଖନ୍ତୁ ତ। ଏମିତି ଏକ ଭିଡିଓ ଚୀନର ୟାଙ୍ଗଜି ନଦୀରୁ ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓ ଦେଖି ଲାଗୁଛି କି ବନ୍ୟାପାଣିରେ ପାଞ୍ଚମହଲା କୋଠା ଟି ଫସି ରହିଛି। କିନ୍ତୁ ଧ୍ୟାନ ଦେଇ ଦେଖିଲେ ଜଣାପଡ଼ୁଛି କି ଏହି ହାଟେଲ ନଦୀ ପାଣିର ସ୍ରୋତରେ ଭାସିବାକୁ ଲାଗିଛି।

ଏହି ଭିଡିଓକୁ ଜଣେ ଟୁଇଟର ବ୍ୟବହାରକାରୀ ସେୟାର କରିଛନ୍ତି। ପ୍ରକାଶିତ ଖବର ମୁତାବକ, ଏହି ହୋଟେଲ ନାମ ଇପ୍ରେସନ୍‌ ଜିୟାନଗଜିନ ଅଟେ। ଏହା ଏକ ଫ୍ଲୋଟିଙ୍ଗ ରେସ୍ତୋରାଁ, ଯାହାକୁ ରେଲୋକେଟ କରାଯାଉଛି। ତେବେ ଏହି ଭିଡିଓର ସତ୍ୟତା କ’ଣ ତାହା ସ୍ପଷ୍ଟ ହୋଇ ପାରି ନାହିଁ।