ବେଜିଂ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ଦେଖିବାକୁ ମିଳୁଛି ପେଟ୍ରୋଲ ପମ୍ପକୁ ୫ମ ମହଲା ନିର୍ମିତ କରାଯାଇଛି। ସାଧାରଣତଃ ପେଟ୍ରୋଲ ପମ୍ପ ମାଟି ଉପରେ ରହିଥାଏ। କିନ୍ତୁ ସୋସିଆଲ ମିଡିଆରେ ‌ଭାଇରାଲ ହୋଇଥିବ‌ା ଏହି ପେଟ୍ରୋଲ ପମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

Advertisment

ସମସ୍ତେ ଏହି ଅଦ୍ଭୁଦ ପେଟ୍ରୋଲ ପମ୍ପକୁ ଦେଖି ପ୍ରଶ୍ନ କରିଛନ୍ତି କି, ଏହି ପେଟ୍ରୋଲ ପମ୍ପରୁ ଯଦି ତେଲ ଭରିବାକୁ ‌ହୁଏ, ଜଣେ ଗ୍ରାହକ କେମିତି ତେଲ ଭରିବ?

ତେବେ ବାସ୍ତବ ଘଟଣାଟି ହେଉଛି ଏପରି। ଭାଇରାଲ ହୋଇଥିବା ପେଟ୍ରୋଲ ପମ୍ପଟି ଚାଇନାର ଚୋଙ୍ଗକିଙ୍ଗରେ ରହିଛି। ଏହି ପେଟ୍ରୋଲ ପମ୍ପରୁ ଲୋକେ  ତେଲ ଭରୁଥିବା ବି ଦେଖିବାକୁ ମିଳିଛି।

ତେବେ ଫଟୋରେ ଦେଖିବାକୁ ମିଳୁଥିବା କୋଠାକୁ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ତଳ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏହାକୁ ଧ୍ୟାନରେ ଦେଖିଲେ ଜଣାପଡ଼ିବ କି, ଏହି କୋଠା ପଛପଟେ ଏକ ରାସ୍ତା ରହିଛି। ଯେଉଁ ରାସ୍ତାଟି ବିଲ୍ଡିଂର ୫ମ ମହଲା ଉଚ୍ଚର ରହିଛି।

ତେଣୁ ଦୂରରୁ ଥାଇ କୋଠା ପଛପାର୍ଶ୍ବରୁ  ଫଟୋ ଉଠାଇଲେ ୫ମ ମହଲା ଉପରେ ପେଟ୍ରୋଲ ପମ୍ପ ରହିଥିବା ଭଳି ଜଣାପଡ଼ୁଛି। ୫ମ ମହଲା ଉପରେ ପେଟ୍ରୋଲ ପମ୍ପ ଥିବା ନେଇ ପ୍ରଶ୍ନ ପଚାରୁଥିବା ସୋସିଆଲ ମିଡିଆ ବ୍ୟବହାରକାରୀ ଘଟଣାର ବାସ୍ତବତା ଜାଣିବା ପରେ ଠୋଠୋ ହୋଇ ହସିଥିଲେ।