ଯେଉଁଠି ଜୀବନସାଥୀ ଖୋଜିବାକୁ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ସହ ବିବାହ ପରେ ବୋନସ୍ ଦେଇଥାଏ କମ୍ପାନି, ହେଲେ କାହିଁକି ଜାଣନ୍ତୁ

ଜୀବନସାଥୀ ଖୋଜିବାକୁ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ସହ ବିବାହ ପରେ କମ୍ପାନୀ ତରଫରୁ ମିଳେ ବୋନସ୍‌। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ କମ୍ପାନୀ ରହିଛି ଯିଏକି ନିଜର କର୍ମଚାରୀମାନଙ୍କୁ ଏଭଳି ସୁବିଧା ସୁଯୋଗ ଯୋଗାଇ ଦେଉଛି। ଏହି କଂପାନୀଟି ପୂର୍ବ ଚୀନର ଡୋନିୟାଙ୍ଗରେ ରହିଛି । ଏହି କମ୍ପାନୀରେ କାର୍ଯ୍ୟରତ ଅବିବାହିତା ମହିଳା କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ଏବଂ ପର୍ବ ପର୍ବାଣୀ ଛୁଟି ବ୍ୟତୀତ ନିଜ ପାଇଁ ଜୀବନ ସାଥୀ ଖୋଜିବାକୁ ଅତିରିକ୍ତ ଅବକାଶ ଦିଆଯାଇଥାଏ ।

ପୂର୍ବ ଚୀନର ଡୋନିୟାଙ୍ଗରେ ଥିବା ଏହି କଂପାନୀରେ କାର୍ଯ୍ୟରତ ୩୦ ବର୍ଷ କିମ୍ବା ଏହାଠାରୁ ଅଧିକ ବର୍ଷର ଅବିବାହିତା ମହିଳା କର୍ମଚାରୀମାନଙ୍କୁ ପର୍ବପର୍ବାଣୀ ଦିନମାନଙ୍କରେ ଅତିରିକ୍ତ ଅବକାଶ ମିଳିଥାଏ, ଯାହାଦ୍ୱାରା ମହିଳାମାନେ ନିଜ ପାଇଁ ଜଣେ ଉପଯୁକ୍ତ ଜୀବନ ସାଥୀ ବାଛିପାରିବେ । କଂପାନୀ ସୂଚନା ମୁତାବକ, ଯେଉଁ ମହିଳା କର୍ମଚାରୀମାନଙ୍କୁ ୮ ଦିନର ପେଡ୍ ଭ୍ୟାକେନ୍ସି ଦରକାର, ତାଙ୍କୁ ଅବକାଶ ସମୟରେ ଅନେକ ଲୋକଙ୍କୁ ଭେଟିବାକୁ ପଡିବ । ଆଉ ଯଦି ସେ ସେହି ବର୍ଷ ୩୧ ଡିସେମ୍ବର ସୁଦ୍ଧା ବିବାହ କରନ୍ତି ତେବେ ଆଗାମୀ ବର୍ଷରେ ତାଙ୍କୁ ଦୁଇ ଗୁଣା ବୋନସ୍ କଂପାନୀ ପକ୍ଷରୁ ଦିଆଯିବ । ତେବେ କଂପାନୀର ଏଭଳି ନିୟମରେ ସେଠାରେ କାମ କରୁଥିବା ମହିଳା କର୍ମଚାରୀମାନେ ବେଶ୍ ଖୁସି ଅଛନ୍ତି । ମାତ୍ର ପୁରୁଷ କର୍ମଚାରୀମାନେ କଂପାନୀର ଏହି ନୀତିକୁ ଖୁବ୍ ବିରୋଧ କରୁଛନ୍ତି ।

କଂପାନୀର କହିବା କଥା ହେଲା କି, ପୁରୁଷ କର୍ମଚାରୀମାନେ ମିଟିଂ କିମ୍ବା କୌଣସି କାମରେ ଅଧିକାଂଶ ସମୟରେ ବାହାରକୁ ଯାଇଥାନ୍ତି, ଯେଉଁଠି ତାଙ୍କୁ ନୂଆ ନୂଆ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥାଏ । କିନ୍ତୁ ମହିଳାମାନଙ୍କୁ ଏହି ସୁଯୋଗ ମିଳିନଥାଏ । ତେଣୁ କଂପାନୀ ତରଫରୁ ଖାସ୍ କରି ମହିଳା କର୍ମଚାରୀମାନଙ୍କ ପାଇଁ ଏଭଳି ନିୟମ ପ୍ରଣୟନ କରାଯାଇଛି ।

ସମ୍ବନ୍ଧିତ ଖବର