ଅନ୍ତସତ୍ତ୍ୱା ମହିଳାଙ୍କୁ ହସ୍‌ପିଟାଲରେ ବସିବାକୁ ମିଳିଲା ନାହିଁ ସ୍ଥାନ, ଚୌକି ବନିଲେ ସ୍ୱାମୀ; ଭିଡିଓ ଭାଇରାଲ

ବେଜିଂ: ଗର୍ଭବସ୍ଥା ସମୟରେ ମହିଳାଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏଭଳି ଅବସ୍ଥାରେ ଅଧିକ ସମୟ ଛିଡା ହେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥାଏ। ଏଥିପାଇଁ ସାର୍ବଜନୀନସ୍ଥାନ ଓ ହସ୍‌ପିଟାଲ ଭଳି ସ୍ଥାନମାନଙ୍କରେ ଲୋକମାନେ ସେମାନଙ୍କୁ ବସିବା ପାଇଁ ସ୍ଥାନ ଦେଇଥାଆନ୍ତି।

କିନ୍ତୁ ଚୀନର ଜଣେ ଅନ୍ତସତ୍ତ୍ୱା ମହିଳାଙ୍କୁ ସେହି ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା, ଯେତେବେଳେ ତାଙ୍କୁ ବସିବାକୁ କୌଣସି ସ୍ଥାନ ମିଳି ନ ଥିଲା। ଏକ ଦମ୍ପତ୍ତି ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍‌ ନିକଟସ୍ଥ ଏକ ହସ୍‌ପିଟାଲର ଡାକ୍ତରଙ୍କୁ ନିଜର ସ୍ୱାସ୍ଥ୍ୟ ଦେଖାଇବା ପାଇଁ ବାହାରେ ଅପେକ୍ଷା କରି ରହିଥିଲେ। ଅନ୍ତସତ୍ତ୍ୱା ହୋଇଥିବା କାରଣରୁ ମହିଳା ଛିଡା ହୋଇ ହୋଇ ଥକି ପଡ଼ିଥିଲେ ଓ ତାଙ୍କ ଗୋଡ ଛିମ୍‌ଛିମ୍‌ ହୋଇ ଯାଇଥିଲା।

ଏଭଳି ଅବସ୍ଥା ଦେଖି ପତ୍ନୀଙ୍କୁ ବସିବା ପାଇଁ କୌଣସି ସ୍ଥାନ ଯୋଗାଡି ନପାରି ସ୍ୱାମୀ ନିଜେ ଚୌକି ଭଳି ତଳେ ବସି ପଡ଼ିଥିଲେ ଏବଂ ତାଙ୍କ ପିଠି ଉପରେ ପତ୍ନୀଙ୍କୁ ବସିବାକୁ କହିଥିଲେ। ଅଗତ୍ୟା ଗର୍ଭବତୀ ମହିଳା ଜଣକ ସ୍ବାମୀଙ୍କ ପିଠି‌ରେ ବସିପଡ଼ିଥିଲେ। ଏହାକୁ କିଛି ଲୋକ ନିଜ କ୍ୟାମେରାରେ କଏଦ୍ କରିଥିଲେ। ଏହି ଭିଡିଓ ଚୀନର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର