ଚୀନାମାନଙ୍କ କାଳୀ ମାତା ମନ୍ଦିର, ଭୋଗ ଲାଗେ ନୁଡୁଲ୍‌ସ, ଚିପ୍‌ସ ଓ ମୋମସ୍‌

ଭାରତରେ ଏମିିତି ଏକ ସ୍ଥାନ ଅଛି ଯେଉଁଠି କେବଳ ଚୀନ୍‌ର ଅଧିବାସୀ ବାସ କରନ୍ତିନି, ଅଧିକନ୍ତୁ ସେମାନେ ହିନ୍ଦୁ ଦେବୀ ମା’ କାଳୀଙ୍କୁ ନିୟମିତ ପୂଜାର୍ଚ୍ଚନା କରନ୍ତି। ଏହି ସ୍ଥାନଟି କୋଲକାତା ସହର ଠାରୁ ପ୍ରାୟ ବାର କିଲୋମିଟର‌୍‌ ଦୂର ଟାଙ୍ଗ୍ରା ସହରରେ ଅବସ୍ଥିତ। ଏହି ମନ୍ଦିରର ଏକ ପ୍ରମୁଖ ବିଶେଷତ୍ବ ହେଉଛି, ହିନ୍ଦୁ ଧର୍ମର ପର˚ପରା ଅନୁସାରେ କାଳୀ ମାତା ପୂଜା ପାଆନ୍ତି, କିନ୍ତୁ ଦେବୀଙ୍କ ଠାରେ ନଡ଼ିଆ, କଦଳୀ, ଲଡ଼ୁ ଆଦି ଭୋଗ ଲାଗେ ନାହିଁ। ଚୀନାମାନଙ୍କ ଖାଦ୍ୟସାମଗ୍ରୀ ମା’ଙ୍କ ଠାରେ ଭୋଗ ହୁଏ। ଚୀନାମାନେ ନୁଡୁଲ୍‌ସ, ଚିପ୍‌ସ, ମୋମୋଜ, ପାସ୍ତା ଆଦି ଭୋଗ ଭାବେ କାଳୀ ମାତାଙ୍କୁ ଅର୍ପଣ କରନ୍ତି। ନବରାତ୍ର ମା’ଙ୍କର ବଡ଼ ପର୍ବ ଏବ˚ ଏହି ସମୟରେ ନଅ ଦିନ ବ୍ୟାପୀ କାଳୀ ମାତାଙ୍କୁ ସ୍ବତନ୍ତ୍ର ବିଧି ଅନୁସାରେ ପୂଜାଚ୍ଚର୍ନ କରାଯାଏ। ଚୀନାମାନେ ବ୍ରତ ରଖନ୍ତି, ଦୀପ ଜଳାନ୍ତି ଏବ˚ ଉପବାସ ବି କରନ୍ତି।

କୁହାଯାଏ, ଏଠାରେ କାଳୀ ମାତାଙ୍କ ପୂଜାର୍ଚ୍ଚନା ସହିତ ଚୀନାମାନଙ୍କର ସ˚ପର୍କ ପ୍ରାୟ ଷାଠିଏ ବର୍ଷର ପୁରୁଣା। ଗୋଟିଏ ଗଛ ମୂଳରେ ସିନ୍ଦୂର ଲାଗିଥିବା କିଛି କଳା ର˚ଗର ପଥର ପଡ଼ିଥିଲା ଏବ˚ କେହି କେହି ସେଠାରେ ପୂଜାର୍ଚ୍ଚନା କରୁଥିଲେ। ସେହି ସ୍ଥାନରେ ଗୋଟିଏ ଚୀନ୍‌ ପରିବାର ରହୁଥିଲେ। ସେମାନଙ୍କର ଗୋଟିଏ ସନ୍ତାନର ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିଲା ଏବ˚ ବହୁ ଚେଷ୍ଟା ସତ୍ତ୍ବେ ସେ ଆରୋଗ୍ୟ ହେଲା ନାହିଁ। ପରିବାର ଲୋକେ ସେହି ଗଛ ତଳେ ଥିବା କାଳୀ ମାତାଙ୍କ ପୂଜାର୍ଚ୍ଚନା କଲେ। ଆଶ୍ଚର୍ଯ୍ୟଜନକ ଭାବେ ସାତ ଦିନ ମଧୢରେ ଶିଶୁଟି ଆରୋଗ୍ୟ ହୋଇଥିଲା। କ୍ରମେ ମାତାଙ୍କ ଶକ୍ତି ଉପରେ ଚୀନାମାନଙ୍କ ବିଶ୍ବାସ ଆସିଥିଲା ଏବ˚ ସେମାନଙ୍କ ମିଳିତ ଉଦ୍ୟମରେ କାଳୀ ମାତାଙ୍କ ମନ୍ଦିର ନିର୍ମିତ ହୋଇଥିଲା। ଏହି ଅଞ୍ଚଳଟି ଚାଇନା ଟାଉନ ଭାବେ ପରିଚିତ।

ସମ୍ବନ୍ଧିତ ଖବର