ବିଳାସପୂର୍ଣ୍ଣ କାର୍‌ ବିଏମ୍‌ଡବ୍ଳ୍ୟୁରେ ତେଲ ଭରିବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରୁଥିଲେ ଯୁବକ

ନୂଆଦିଲ୍ଲୀ : ଚୀନ୍‌ରେ ରହୁଥିବା ଜଣେ ଯୁବକ ନିଜ ୨କୋଟି ଟଙ୍କାର ବିଏମ୍‌ଡବ୍ଲ୍ୟୁରେ ତେଲ ଭରିବା ପାଇଁ ଯେଉଁ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗାଡ଼ି କିଣିବା ପୂର୍ବରୁ ତାଙ୍କର ଏଭଳି ଅବସ୍ତା ହେବ ବୋଲି ଭାବି ନଥିଲେ ଲିନ୍‌ସୁଇ । କିନ୍ତୁ ପରିସ୍ଥିତିରେ ପଡ଼ି ତାଙ୍କୁ ଶେଷରେ ଗାଡ଼ିରେ ତେଲ ଭରିବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରିବାକୁ ପଡ଼ିଥିଲା । ଘଟଣାଟି ଚୀନ୍‌ର ସିଚୁଆନ ଅଞ୍ଚଳର ।

indiatimes.com

ସୂଚନା ମୁତାବକ, ଆର୍ଥିକ ସ୍ଥିତି ଖରାପ ହେବା ପରେ ଅପ୍ରେଲ ମାସରୁ ଲିନ୍‌ସୁଇ ଏଭଳି ଚୋରି କରି ଆସୁଥିଲେ । ପ୍ରଥମେ ବିଭିନ୍ନ ଚେଷ୍ଟା କରି ସେ ବିଏମ୍‌ଡବ୍ଲ୍ୟୁରେ ତେଲ ପକାଉଥିବା ବେଳେ ଶେଷରେ ଅନ୍ୟ କିଛି ବାଟ ନ ପାଇ ପାଖ ଅଞ୍ଚଳରୁ କୁକୁଡ଼ା ଚୋରି କରିବା ଆରମ୍ଭ କରିଥିଲେ । ଅନେକ ଚେଷ୍ଟା ବିଫଳ ହେବା ପରେ ଶେଷରେ ସିସିଟିଭି ସାହାଯ୍ୟରେ ଲିନ୍‌ସୁଇଙ୍କୁ ଚିହ୍ନଟ କରିଥିଲା ପୁଲିସ । ଏହା ପରେ ପୁଲିସ ଲିନ୍‌ସୁଇଙ୍କ ଘରେ ଯାଇ ପହଞ୍ଚିବା ସହ ଘର ବାହାରେ ଅନେକ କୁକୁଡ଼ା ଏବଂ ବତକ ଥିବା ଦେଖିଥିଲେ । ଗିରଫ ହେବା ପରେ ଲିନ୍‌ସୁଇ ଚୋରି କରିବା ପଛର କାରଣ ପୁଲିସକୁ ଜଣାଇଥିଲେ । ବିଏମ୍‌ଡବ୍ଲ୍ୟୁ ପାଇଁ ସେ ଏ ସବୁ କରିଥିବା କହିଥିଲେ ।

ସମ୍ବନ୍ଧିତ ଖବର