କରୋନାଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ଝିଅକୁ ଦୂରରୁ ଆଲିଙ୍ଗନ କଲା ମା’, ଆଖିରେ ଲୁହ ଆଣିଦେବ ସେ ସମୟର ଭିଡିଓ

ନୂଆଦିଲ୍ଲୀ: ଜାନୁଆରିରୁ ଚୀନର ଉହାନ ସହରରେ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ମୃତ୍ୟୁସଂଖ୍ୟା ୭୦୦ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଚୀନରେ ଏହି ଭାଇରସ ଲୋକଙ୍କ ଜୀବନ ନେଉଥିବା ସହ ସଂକ୍ରମିତଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିବାରେ ଲାଗିଛି। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ  ଆଖିରେ ଲୁହ ଆଣିଛି।

ପୂର୍ବରୁ ଏକ ଶିଶୁ କରୋନା ଭାଇରସର ଶିକାର ହେବା ପରେ କାଚ ଭିତରୁ ନିଜ ବାପାଙ୍କୁ କିଭଳି ଆଲିଙ୍ଗନ କରିବାକୁ ଡ଼ାକୁଛି, ତା’ର ଭିଡିଓ ଭାଇରାଲ ହୋଇଥିଲା। ଏବେ ଜଣେ ମା’ ନିଜ ଝିଅକୁ ଛୁଇଁ ନ ପାରି କିଭଳି ଦୂରରୁ ଆଲିଙ୍ଗନ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ଭିଡିଓ‌ରେ ଜଣେ ମହିଳାଙ୍କୁ ତାଙ୍କ ଝିଅ ଭେଟିବାକୁ ଆସିଥିବା ବେଳେ କରୋନା ଭାଇରସର ସଂକ୍ରମଣରୁ ବଞ୍ଚାଇବା ପାଇଁ ମହିଳା ଦୂରରେ ରହି ନିଜ ଝିଅକୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ଦୁହେଁ କାନ୍ଦି ପକାଉଥିବା ଦେଖାଯାଇଥିଲା। ତେବେ ମହିଳାଜଣକ ହେନାନରେ ଥିବା ଏକ ଡାକ୍ତରଖାନାରେ ନର୍ସ ଭାବେ କାମ କରନ୍ତି। ଚିକିତ୍ସା କରୁ କରୁ ସେ ମଧ୍ୟ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେବାରୁ ଘରକୁ ଯିବା ବନ୍ଦ କରିଦେଇଥିଲେ। ମା’ ଘରକୁ ନ ଆସୁଥିବାରୁ ମଧ୍ୟାହ୍ନ ଭୋଜନ ନେଇ ପହଞ୍ଚିଥିଲେ ଝିଅ।

ହେଲେ ତାଙ୍କୁ ତ‌ାଙ୍କ ମା’ଙ୍କ ପାଖକୁ ଯିବାକୁ ଦିଆଯାଇନଥିଲା। ବାହାରେ ଠିଆ ହୋଇ ମହିଳା ନିଜ ଝିଅକୁ ଆଖି ଭରି ଦେଖିବା ସହ ଦୂରରୁ ଝିଅକୁ ଆଲିଙ୍ଗନ କରିଥିଲେ। ପରେ ସଂପୂର୍ଣ୍ଣ ଭଲ ହେବା ପରେ ମୁଁ ଆଲିଙ୍ଗନ କରିବି ବୋଲି ବୁଝାଇଥିଲେ। ଏହା ପରେ ଝିଅ ମଧ୍ୟାହ୍ନ ଭୋଜନ ରଖି କିଛି ଦୂର ଯିବା ପରେ ମହିଳା ଆସି ମଧ୍ୟାହ୍ନ ଭୋଜନ ନେଇଥିଲେ।

ସମ୍ବନ୍ଧିତ ଖବର