ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଟ୍ରେନ ଭିତରେ ଘଟୁଥିବା ବିଭିନ୍ନ ଘଟଣା ଓ ଅଘଟଣକୁ ନେଇ ଏଇ କିଛିଦିନ ହେବ ଅନେକ ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି, ଚଳନ୍ତା ଟ୍ରେନରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହିତ ବସି ଯାତ୍ରା କରୁଛନ୍ତି। ଏତିକି ବେଳେ ସେ ସ୍ବାମୀଙ୍କ ପାଇଁ ଇଲେକ୍ଟ୍ରିକ ରାଇସ କୁକରରେ ଭାତ ରାନ୍ଧୁଛନ୍ତି। ଆଉ ଏହି ଭାତକୁ ସେ ଗରମଗରମ ତାଙ୍କ ସ୍ବାମୀଙ୍କୁ ଖାଇବାକୁ ଦେଉଛନ୍ତି।
ତେବେ ମହିଳା ଜଣକ ଇଲେକ୍ଟ୍ରି କୁକରରେ ଭାତ ରାନ୍ଧିବା ପାଇଁ କେଉଁଠୁ ବିଦ୍ୟୁତ ସଂଯୋଗ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ କୁହାଯାଉଛି କି ଟ୍ରେନର ଚାର୍ଜିଂ ପଏଣ୍ଟ ଜରିଆରେ ସେ ଏହି ଇଲେକ୍ଟ୍ରି କୁକରକୁ ସଂଯୋଗ କରିଛନ୍ତି।
ଅନ୍ୟ ଜଣେ ଯାତ୍ରୀ ମହିଳାଙ୍କୁ ଟ୍ରେନ ଭିତରେ ରୋଷେଇ କରୁଥିବା ଦେଖି ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମହିଳାଙ୍କୁ ଟ୍ରେନ ଭିତରେ ଏଭଳି ରୋଷେଇ କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମହିଳା ସୁରକ୍ଷା ବ୍ୟବସ୍ଥା ଭଙ୍ଗ କରିଛନ୍ତି। ଏଥିସହିତ ତାଙ୍କୁ ଏଭଳି ଟ୍ରେନ ଭିତରେ ରୋଷେଇ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।