ଲୋକ କହୁଥିଲେ ଦେଖା ଯାଉନି ତୁ କ’ଣ କରିବୁ?ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଦଶମରେ ୯୦% ଏବଂ ଦ୍ୱାଦଶରେ ୯୧.୬୦% ରଖିଲେ ଇନ୍ଦ୍ରମଲ

ଚିତୌଡ଼୍‍ଗଡ଼(ରାଜସ୍ଥାନ) : ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଇନ୍ଦ୍ରମଲ ଜନ୍ମରୁ ହିଁ ଦୃଷ୍ଟିହୀନ ହୋଇ ଜନ୍ମ ହୋଇଥିଲେ । ଛୋଟ ବେଳୁ ଦୃଷ୍ଟିହୀନ ହୋଇଥିବାରୁ ପଡ଼ୋଶୀ ଏବଂ ସଂପର୍କୀୟମାନେ ତାଙ୍କୁ ଅନେକ କଥା କହିବା ଆରମ୍ଭ କହିଥିଲେ। ବଡ଼ ହୋଇ କ’ଣ କରିବ? ଆଖି ନଥାଇ କିଛି କରିବା ଅସମ୍ଭବ! ଆପଣଙ୍କ ଭାଗ୍ୟ ଖରାପ କି ଆପଣଙ୍କୁ ଏମିତି ପୁଅ ମିଳିଛି ! ଏଭଳି ଅନେକ କଥା ଇନ୍ଦ୍ରମଲଙ୍କ ବାପାଙ୍କୁ ଶୁଣିବାକୁ ମିଳୁଥିଲା । ଲୋକମାନଙ୍କ ଠାରୁ ଏହିସବୁ କଥା ଶୁଣି ଶୁଣି ଇନ୍ଦ୍ରମଲଙ୍କ ବାପା ମଧ୍ୟ ସେଭଳି ଭାବିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଇନ୍ଦ୍ରମଲ ନିଜ ମନୋବଳ ନ ଭାଙ୍ଗି ସମସ୍ତଙ୍କୁ ଭୁଲ ପ୍ରମାଣ କରିବାରେ ଲାଗି ପଡ଼ିଥିଲେ ।
ହେଲେ, ଲୋକମାନଙ୍କର ଏଭଳି କଥାକୁ କର୍ଣ୍ଣପାତ ନକରି ଇନ୍ଦ୍ରମଲ ନିଜ ମନର ଆଖି ଖୋଲି ପାଠ ପଢ଼ିବାରେ ମନ ଦେଇଥିଲେ ।

ଏବଂ ଶେଷରେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ । ନିଜ ଚେଷ୍ଟା ବଳରେ ସେ ଦଶମ ବୋର୍ଡ଼ ପରୀକ୍ଷାରେ ୯୦ ପ୍ରତିଶତ ଏବଂ ଦ୍ୱାଦଶ ପରୀକ୍ଷାରେ ୯୧.୬୦ ପ୍ରତିଶତ ନମ୍ବର ରଖିି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । ଦଶମ ପର୍ଯ୍ୟନ୍ତ ବ୍ରେଲ୍‌ ଲିପି ସାହାଯ୍ୟରେ ପାଠ ପଢ଼ିଥିବା ବେଳେ ଦ୍ୱାଦଶ ପରୀକ୍ଷା ଶ୍ରୁତଲିଖନ ଦ୍ୱାରା ସେ ପରୀକ୍ଷା ଦେଇଥିବା ଜଣା ପଡ଼ିଛି । କୃଷି କାମ କରି ପେଟ ପୋଷୁଥିବା ଇନ୍ଦ୍ରମଲଙ୍କ ମାତା-ପିତା ଇନ୍ଦ୍ରମଲଙ୍କୁ ସବୁ ବେଳେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରି ଆସୁଥିଲେ । ଟଙ୍କାର ଅଭାବ ଥାଇ ମଧ୍ୟ ସେ କେବେ ହେଲେ ଇନ୍ଦ୍ରମଲଙ୍କୁ କୌଣସି ପ୍ରକାରର ଅଭାବ ଅନୁଭବ କରିବାକୁ ଦେଇ ନଥିଲେ । ଦେଖି ନ ପାରି ମଧ୍ୟ ପରିବାରର ଦୁଃଖକୁ ଅନୁଭବ କରି ପାରୁଥିଲେ ଇନ୍ଦ୍ରମଲ । ଯାହା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି ।

ସମ୍ବନ୍ଧିତ ଖବର