ଆସନ୍ତୁ ଜାଣିବା ଫିଲିପାଇନ୍ସର ନିଆରା ଚକୋଲେଟ୍‌ ପାହାଡ଼ ବିଷୟରେ …

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର କର୍ମମୟ ଜୀବନରୁ କିଛି ସମୟ ବାହାର କରି ପର୍ଯ୍ୟଟନ ସ୍ଥଳକୁ ବୁଲିବା ପାଇଁ ଯାଇଥାନ୍ତି । ଦେଖିବାକୁ ଗଲେ ଦେଶରେ ଏବଂ ଦେଶ ବାହାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି । ସେଥିମଧ୍ୟରୁ କିଛି ସ୍ଥାନ ଦେଖିବାକୁ ଆର୍କଷଣୀୟ ହୋଇଥିବା ବେଳେ ଆଉ କିଛି ସ୍ଥାନ ରହସ୍ୟମୟ । ତେବେ ଆଜି ଆମେ ଆପଣମାନଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବା ପାଇଁ ଯାଉଛୁ ଯାହାକୁ ଆପଣ ନିଜ ଆଖିରେ ନ ଦେଖିବା ଯାଏଁ ବିଶ୍ୱାସ କରିପାରିବେ ନାହିଁ। ଆପଣ ଚକଲେଟର ଅନେକ ଉପକାରିତା ବିଷୟରେ ଜାଣିଥିବେ ତେବେ କେବେ ଚକଲେଟର ପାହାଡ଼ ବିଷୟରେ ଶୁଣିଛନ୍ତି କି । ଆଜ୍ଞା ହଁ , ଫିଲିପାଇନ୍ସରେ ରହିଛି ଏକ ଚକୋଲେଟ ପାହାଡ଼ । ଏହି ପାହାଡ଼କୁ ଦେଖିବା ପାଇଁ ବହୁ ଦୂରରୁ ପର୍ଯ୍ୟଟକମାନେ ଏଠାରେ ଏକାଠି ହୋଇଥାନ୍ତି । ତେବେ ଆସନ୍ତୁ ବିସ୍ତାରରେ ଜାଣିବା ଏହି ପାହାଡ଼ ବିଷୟରେ।

ଫିଲିପାଇନ୍ସର ବୋହୋଲ ଗ୍ରାମରେ ରହିଛି ଏହି ଚକୋଲେଟ ପାହାଡ଼ । ଏହା ଦେଖିବାକୁ ତ୍ରିଭୁଜ ଆକାରର ଏବଂ ଦୂରରୁ ଦେଖିବାକୁ ଅବିକଳ ଚକୋଲେଟ ଖଣ୍ଡ ସଦୃଶ। ଏହି ପାହାଡ଼ଟି ପାଖାପାଖି ୫୦ ବର୍ଗ ମିଟର ଲମ୍ବ ଏବଂ ୧୦୦ରୁ ୧୬୦ ଫୁଟ ଉଚ୍ଚ । ଏହି ପାହାଡ଼ଟି ଫିଲିପାଇନ୍ସର ରାଜଧାନୀ ମନିଲାଠାରୁ ୭୦୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ଅବସ୍ଥିତ । ଏହି ପାହାଡ଼ର ଚତୁଃପାର୍ଶ୍ୱରେ ଧୂସର ରଙ୍ଗର ଘାସ ଆଛାଦିତ ହୋଇ ରହିଛି । ଏଣୁ ଏହି ପାହାଡ଼ର ନାମ ଚକଲେଟ ପାହାଡ଼ ରଖାଯାଇଛି।

Panoramio

ସେଠାକାର ଲୋକମାନଙ୍କ ଅନୁଯାୟୀ, ଏହି ପାହାଡ଼ଗୁଡ଼ିକର ଆକାର ଛୋଟ ଛୋଟ ପିରାମିଡ଼ ଭଳି । ଏହା ଗ୍ରହ ବ୍ରହ୍ମାଣ୍ଡୀୟ ବାସ୍ତୁ ସହ ସମ୍ବନ୍ଧ ରଖିଥାଏ। ଆଉ କିଛି ଲୋକଙ୍କ ଅନୁଯାୟୀ , ଫିଲିପାଇନ୍ସର ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିଲା ଏହି ଚକୋଲେଟ ପାହାଡ଼ ।

ସମ୍ବନ୍ଧିତ ଖବର