ନିର୍ମାଣ ଚାଲିଛି ବିଶାଳ ଯୀଶୁଙ୍କ ମୂର୍ତ୍ତି, ଯାହାକି ଅନେକ ରେକର୍ଡ଼କୁ ଭାଙ୍ଗିଦେବ!

ରିଓ ଡି ଜେନେରିଓ: ବ୍ରାଜିଲରେ ଯୀଶୁ ଖ୍ରୀଷ୍ଟଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ଦି ରିଡିମର ଠାରୁ ମଧ୍ୟ ଉଚ୍ଚତାରେ ଅଧିକ ହେବ | ପ୍ରତିବର୍ଷ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଦି ରିଡିମରକୁ ଦେଖିବାକୁ ଆସନ୍ତି | ତିଜୁକା ନ୍ୟାସନାଲ ପାର୍କରେ ଦୁଇ ହାତକୁ ବିସ୍ତାରିତ କରିଥିବା ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାବେଳେ ଏହି ଶିଖରରୁ ସମଗ୍ର ବ୍ରାଜିଲ ସହର ଦୃଶ୍ୟମାନ ହୋଇଥାଏ | କେବଳ ଏତିକି ନୁହେଁ ବ୍ରାଜିଲ ଏବଂ ରିଓ ଡି ଜେନେରିଓର ପରିଚୟ ପାଇଁ ମଧ୍ୟ ଦି ରିଡିମରକୁ ବିବେଚନା କରାଯାଏ।

ଦି ରିଡିମର ର ଉଚ୍ଚତା ପ୍ରାୟ ୩୦ ମିଟର ହୋଇଥିବାବେଳେ ନୂଆ ଏହି ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ୨୦୧୯ ରେ ଆରମ୍ଭ ହୋଇଥିଲା | ଦୁଇ ହାତକୁ ମିଶାଇ ନୂଆ ମୂର୍ତ୍ତିର ମୋଟେଇ ପ୍ରାୟ ୩୮ ମିଟର ହୋଇଥିବାବେଳେ ଏହାର ନାମ କ୍ରିସଟ ଦି ପ୍ରୋଟେକ୍ଟର ଦିଆଯାଇଛି | କୁହାଯାଉଛି ଯେ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ପରେ ଲୋକଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ରାଜିଲର ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ମିଳିବ |

ଏହି ମୂର୍ତ୍ତିର ନିର୍ମାଣ ସରିବା ପରେ ଏହାର ଉଚ୍ଚତା ପ୍ରାୟ ୪୩ ମିଟର (୧୪୦ ଫୁଟ) ହେବ, ଯାହା ଦି ରିଡିମର ଠାରୁ ୧୩ ମିଟର ଅଧିକ ଉଚ୍ଚ ହେବ | ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ସାଢେ ତିନି ଲକ୍ଷ ଡଲାର ଖର୍ଚ୍ଚ ହେବାକୁ ଥିବାବେଳେ ଫ୍ରେଣ୍ଡସ୍ ଅଫ୍ ଖ୍ରୀଷ୍ଟ ନାମକ ସଂଗଠନ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି | ଦି ରିଡିମର କଥା କହିବାକୁ ଗଲେ ଏହାର ଓଜନ ୬୩୫ ଟନ୍ ହୋଇଥିବାବେଳେ ୧୯୨୨ ରୁ ୧୯୩୧ ମଧ୍ୟରେ ନିର୍ମାଣ ହୋଇଥିଲା |

ସମ୍ବନ୍ଧିତ ଖବର