ଜାତୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା)ର ବିଜ୍ଞାନୀ କ୍ରିଷ୍ଟିନା କୋଚ୍ ମହାକାଶରେ ସର୍ବାଧିକ ସମୟ ବିତାଇଥିବା ବିଶ୍ୱର ପ୍ରଥମ ମହିଳା। ତାଙ୍କ ପୂର୍ବରୁ ପେଗି ହ୍ୱିଟ୍ସନ୍ଙ୍କ ନାମରେ ଏହି ରେକର୍ଡ୍ ଥିଲା। ୨୦୧୬-୧୭ରେ ପେଗି ୨୮୮ ଦିନ ମହାକାଶରେ ରହିଥିଲେ। କ୍ରିଷ୍ଟିନା ତାଙ୍କ ଠାରୁ ଅଧିକ ଦିନ ରହି ନୂଆ ରେକର୍ଡ୍ କରିଛନ୍ତି। ୨୦୧୯ ମାର୍ଚରେ କ୍ରିଷ୍ଟିନାଙ୍କ ମହାକାଶ ଅଭିଯାନ ଆରମ୍ଭ ହୋଇଥିଲା। ମାର୍ଚ ୧୪ ତାରିଖରେ ସେ ପହଞ୍ଚିଥିଲେ ଏବଂ ଛଅ ମାସର ରହଣି ପରେ ଫେରିଥା’ନ୍ତେ। ଅଧିକ ଗବେଷଣା ଓ ତଥ୍ୟ ହାସଲ ସକାଶେ ତାଙ୍କ ରହଣି ସମୟକୁ ନାସା କର୍ତ୍ତୃପକ୍ଷ ବଢ଼ାଇଦେଇଛନ୍ତି। ୨୦୨୦ ଫେବ୍ରୁଆରିରେ କ୍ରିଷ୍ଟିନା ପୃଥିବୀକୁ ଫେରିବେ। ସେତେବେଳକୁ ସେ ମହାକାଶରେ ୩୨୮ ଦିନ ବିତାଇସାରିଥିବେ।
ମହାକାଶରେ ସର୍ବାଧିକ ସମୟ ବିତାଇଥିବା ବିଶ୍ୱର ପ୍ରଥମ ମହିଳା
/sambad/media/post_attachments/wp-content/uploads/2019/12/christina-koach.jpg)